ଖେଳ ଖବର

ରୋହିତ ଶର୍ମା ଖେଳିବେନି ସିଡନୀ ଟେଷ୍ଟ

ସିଡନୀ : ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ସିଡନୀଠାରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ଖେଳିବେ ନାହିଁ । ରୋହିତ ଗତ କିଛି ମ୍ୟାଚ ହେଲା ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କର ଏହି ଖରାପ ଫର୍ମ କାରଣରୁ ଦଳର ପ୍ରଦର୍ଶନ ବି ପ୍ରଭାବିତ ହେଉଛି ।

ଆକାଶଦୀପ ଆହତ ଜନିତ କାରଣରୁ ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ। ଆକାଶଦୀପଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ମିଳିଛି। ଦୀର୍ଘ ଦିନ ପରେ ସେ ଟିମ୍ ଇଣ୍ଡିଆକୁ ଫେରିବେ। ଏହାବ୍ୟତୀତ କେଏଲ ରାହୁଲ ଇନିଂସ ଓପନ କରିବେ। ସେହିପରି ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଦଳକୁ ଫେରିଛନ୍ତି। ସୂଚନାଯୋଗ୍ୟ ଯେ ନିଜର ୨ୟ ସନ୍ତାନର ଜନ୍ମ କାରଣରୁ ସେ ସିରିଜର ପ୍ରଥମ ଇନିଂସ ଖେଳିପାରି ନ ଥିଲେ । ତେବେ ଆଡିଲେଡ ଟେଷ୍ଟରେ ସେ ଦଳକୁ ଫେରିଥିଲେ । କିନ୍ତୁ କୌଣସି ମ୍ୟାଚରେ ତାଙ୍କର ପ୍ରଦର୍ଶନ ଆଶାଜନକ ହୋଇପାରିନାହିଁ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button