ମନୋରଞ୍ଜନ

ରାମଚରଣଙ୍କ ନୂଆ ରେକର୍ଡ

ଫିଲ୍ମ ‘ଆର୍‌ଆର୍‌ଆର୍‌’ ପରେ ଗ୍ଲୋବାଲ୍‌ ଷ୍ଟାର୍‌ ବନିଯାଇଛନ୍ତି ଦକ୍ଷିଣୀ ସୁପର୍‌ଷ୍ଟାର୍‌ ରାମଚରଣ। ଏହି ଫିଲ୍ମ ତାଙ୍କୁ ବିଶ୍ବସ୍ତରରେ ବେଶ୍‌ ପରିଚିତ କରାଇଛି। ଏହି ସଫଳତା ପରେ ଏବେ ତାଙ୍କ ସଫଳ କ୍ୟାରିୟର୍‌ରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ଲଣ୍ଡନ୍‌ର ପ୍ରସିଦ୍ଧ ୱାକ୍ସ ମ୍ୟୁଜିୟମ୍‌ ମାଡାମ୍‌ ତୁସାଦ୍‌ରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ପୂର୍ବରୁ ମଧ୍ୟ ବହୁ ଭାରତୀୟ କଳାକାରଙ୍କ ମହମ ପ୍ରତିମା ଉନ୍ମୋଚିତ ହୋଇଛି, ହେଲେ ରାମଚରଣଙ୍କ ପ୍ରତିମାଟି ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। କାରଣ ଏହା ହେଉଛି କୌଣସି ସେଲିବ୍ରିଟିଙ୍କର ପ୍ରଥମ ମହମ ପ୍ରତିମା, ଯେଉଁଥିରେ ସାଥିରେ ତାଙ୍କ ପୋଷାପ୍ରାଣୀ ଶୋଭା ପାଉଛି। ଏହା ପୂର୍ବରୁ କୌଣସି ଭାରତୀୟ କଳାକାରଙ୍କର ଏଭଳି ମହମ ପ୍ରତିମା ତିଆରି କରାଯାଇ ନଥିଲା।

ଲଣ୍ଡନ୍‌ରେ ଅନୁଷ୍ଠିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ରାମଚରଣ, ତାଙ୍କ ପରିବାର ଓ ବନ୍ଧୁବର୍ଗ ଯୋଗ ଦେଇଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ପ୍ରଥମେ ଉନ୍ମୋଚନ ସ୍ଥଗିତ ରହିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ସୀମାରେ ସ୍ଥିତି ଶାନ୍ତ ହେବା ପରେ ଅଭିନେତାଙ୍କ ପରିବାର ଉନ୍ମୋଚନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଥିଲେ। ଉନ୍ମୋଚନ ସମୟରେ ରାମଚରଣଙ୍କ ପରିବାର ଭାବବିହ୍ବଳ ହୋଇପଡ଼ିଥିବା ଦେଖାଯାଇଥିଲା। ଉନ୍ମୋଚିତ ହୋଇଥିବା ମହମ ପ୍ରତିମୂର୍ତ୍ତିରେ ରାମଚରଣଙ୍କ ଓସ୍କାର୍‌ ପୁରସ୍କାର ସମାରୋହରେ ଯୋଗ ଦେବା ସମୟର ଲୁକ୍ ରହିଛି। ଏହି ମହମ ମୂର୍ତ୍ତିଟି ମେ’ ୧୯ ପର୍ଯ୍ୟନ୍ତ ଲଣ୍ଡନ୍‌ର ମାଡାମ୍‌ ତୁସାଦ୍‌ରେ ପ୍ରଦର୍ଶିତ ହେବ। ଏହାପରେ ଏହାକୁ ଜନସାଧାରଣଙ୍କ ପ୍ରଦର୍ଶନ ନିମିତ୍ତ ମାଡାମ୍ ତୁସାଦ୍‌ ସିଙ୍ଗାପୁରକୁ ସ୍ଥାନାନ୍ତରିତ କରାଯିବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button