ମନୋରଞ୍ଜନ

‘ଜେଲର ୨’ ଟିଜର ରିଲିଜ୍

ଚେନ୍ନାଇ: ଅଭିନେତା ରଜନୀକାନ୍ତ ‘ଜେଲର ୨’ ଫିଲ୍ମ ସହିତ ଖୁବଶୀଘ୍ର ପରଦାକୁ ଆସିବାକୁ ଆସୁଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି। ଏଥିରେ ରଜନୀକାନ୍ତ ଆକ୍ସନ ପୋଜରେ ନଜର ଆସିଛନ୍ତି।ନିର୍ମାତା ସନ ପିକ୍ଟଚର୍ସ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର ୨’ ଘୋଷଣା କରିଛନ୍ତି । ନିର୍ମାତା ଫିଲ୍ମର ଘୋଷଣା ଟିଜର ରିଲିଜ କରି ରଜନୀକାନ୍ତଙ୍କ ଝଲକ ଦେଖାଇଛନ୍ତି । ୪ ମିନିଟର ଭିଡିଓ ସହ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ରିଲିଜ ହୋଇଛି । ଏହି ଫିଲ୍ମଟି ସନ୍ ପିକଚର୍ସ ପ୍ରସ୍ତୁତ କୁଥିବା ବେଳେ ଫିଲ୍ମର ନାମ ‘ରଜନୀ ଦ ଜେଲର ୨’ ରଖାଯାଇଛି । ଏହି ଟିଜର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

୪ ମିନିଟର ଟିଜରରେ ‘ଜେଲର ୨’ ନିର୍ଦ୍ଦେଶକ ନେଲସନ ଏବଂ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧଙ୍କ ଏକ ଘରେ ବସି କଥାବାର୍ତ୍ତା ସହ ଆରମ୍ଭ ହୁଏ । ଦୁହେଁ ଆରାମ କରୁଥିବା ଏବଂ ଏକ ନୂତନ ସ୍କ୍ରିପ୍ଟ ଉପରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ କିଛି ଲୋକ ଘରେ ଏଣ୍ଟ୍ରି କରନ୍ତି, ଯାହା ଫଳରେ ସେମାନଙ୍କ ଆରାମ ଏବଂ କଥାବାର୍ତ୍ତାରେ ବାଧା ସୃଷ୍ଟି ହୁଏ । ଅନିରୁଦ୍ଧ ଏବଂ ନେଲସନଙ୍କ ଚାରିପାଖରେ ଭଙ୍ଗାରୁଜା, ଗୁଳିଚାଳନା ହୁଏ । ଦୁହେଁ ଜୀବନ ବଞ୍ଚାଇବା ପାଇଁ କୋଣରେ ଲୁଚି ରହନ୍ତି । ଏହା ପରେ, ରଜନୀକାନ୍ତ ଦମଦାର ଲୁକରେ ଏଣ୍ଟ୍ରି କରନ୍ତି, ଯିଏ ଗୁଣ୍ଡାମାନଙ୍କୁ ମାରିବା ପାଇଁ ପଛେ ପଛେ ଆସିଛନ୍ତି ।

‘ଜେଲର ୨’ର ଟିଜରରେ ରଜନୀକାନ୍ତ ରକ୍ତରେ ଭିଜା ଏକ ହ୍ୱାଇଟ ସାର୍ଟ ପିନ୍ଧିଥିବାର ନଜର ଆସନ୍ତି । ତାଙ୍କର ଗୋଟିଏ ହାତରେ ବନ୍ଧୁକ ଏବଂ ଅନ୍ୟ ହାତରେ ଖଣ୍ଡା ଧରିଛନ୍ତି । ଆଖିରେ କ୍ରୋଧ ନେଇ ସେ ନେଲସନ ଏବଂ ଅନିରୁଦ୍ଧଙ୍କୁ ଗୁଣ୍ଡାମାନଙ୍କ ବିଷୟରେ ପଚାରନ୍ତି । ଦୁହେଁ ତାଙ୍କୁ ଇଙ୍ଗିତ ମାଧ୍ୟମରେ କୁହନ୍ତି ଯେ ଅନ୍ୟ ଲୋକମାନେ କେଉଁଠି ଅଛନ୍ତି । ଏହା ପରେ, ରଜନୀକାନ୍ତ ନେଲସନ ଏବଂ ଅନିରୁଦ୍ଧଙ୍କ ଘରକୁ ଏକ ବୋମାରେ ଉଡ଼ାଇ ଦିଅନ୍ତି । ପରେ, ସେ ସୁପରଷ୍ଟାରଙ୍କୁ ହତ୍ୟା କରିବାକୁ ଆସିଥିବା ଗୁଣ୍ଡାମାନଙ୍କ ସମ୍ମୁଖୀନ ହୁଅନ୍ତି ।

ଜେଲର ୨’ ହେଉଛି ରଜନୀକାନ୍ତଙ୍କ ୨୦୨୩ ମସିହାରେ ଆସିଥିବା ଫିଲ୍ମ ‘ଜେଲର’ର ସିକ୍ୱେଲ୍ । ଏଥିରେ ରଜନୀକାନ୍ତଙ୍କ ଚମତ୍କାର ଅବତାରକୁ ଲୋକମାନେ ପ୍ରକୃତରେ ପସନ୍ଦ କରିଥିଲେ । ଏହା ରଜନୀକାନ୍ତଙ୍କ କ୍ୟାରିୟରର ଦ୍ୱିତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇଥିଲା । ‘ଜେଲର’ ତାମିଲ ସିନେମା ଇତିହାସର ସବୁଠାରୁ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ ଏବଂ ବର୍ତ୍ତମାନ ନିର୍ମାତାମାନେ ‘ଜେଲର 2’ ଉପରେ ବହୁତ ଆଶା ରଖିଛନ୍ତି । ଏହାର ରିଲିଜ ତାରିଖ ଘୋଷଣା କରାଯାଇନାହିଁ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button