ରାଜ୍ୟ

୧୫ ଦିନ ପାଇଁ ରାଜା ଚକ୍ରଙ୍କୁ ମିଳିଲା ସର୍ତ୍ତମୁଳକ ଜାମିନ

କେନ୍ଦୁଝର: ରାଜା ଚକ୍ରଙ୍କୁ ମିଳିଲା ଜାମିନ। କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଶଶୁରଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟାକର୍ମରେ ଯୋଗ ଦେବାପାଇଁ ଜାମିନ ମଞ୍ଜୁର ହୋଇଥିବା ଜଣାଯାଇଛି। କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ହାଜର ହେବା ସର୍ତ୍ତ ରଖାଯାଇଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର। ରାଜା ଜେଲ୍ ଯିବା ପରେ ରାଜାଙ୍କ ବିରୋଧରେ ଖଣି ଅଞ୍ଚଳର ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାମ କରୁଥିଲେ, ଯାହାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ, ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଜଣାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button