ଦେଶ- ବିଦେଶ

ଲୋକଗୀତ ମାଧ୍ୟମରେ ଉଠାଇଲେ ଜନସାଧାରଣଙ୍କ ସମସ୍ୟା : ଗୀତ ଭାଇରାଲ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଫେବ୍ରୁଆରି ୮ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେଣୁ ଏବେ ଦିଲ୍ଲୀରେ ନିର୍ବାଚନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି । ରାଜନୈତିକ ଦଳଗୁଡ଼ିକ ପୂର୍ଣ୍ଣ ଶକ୍ତି ସହିତ ନିଜର ପ୍ରଚାର କରୁଛନ୍ତି। ହେଲେ ଏବେ ଜଣେ ଲୋକଗୀତ ଗାୟିକାଙ୍କ ଗୀତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗାୟିକା ଜଣକ ଜନସାଧାରଣଙ୍କ ବିଭିନ୍ନ୍ ସମସ୍ୟାକୁ ଲୋକଗୀତ ମାଧ୍ୟମରେ ଉଠାଉଛନ୍ତି । ଏହି ଗୀତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଲୋକଗୀତ ଗାୟକ ନେହା ସିଂ ରାଠୋର ବିଜେପି-କଂଗ୍ରେସ ଏବଂ ଏଏପି ମଧ୍ୟରେ ଏହି ତ୍ରିକୋଣୀୟ ଲଢ଼େଇରେ ପ୍ରବେଶ କରିଛନ୍ତି। ବିହାରରେ ଗୀତ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳଙ୍କୁ ବ୍ୟଙ୍ଗାତ୍ମକ ଶୈଳୀରେ ସମାଲୋଚନା କରିଥିବା ନେହା ସିଂ ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛନ୍ତି। ନେହା ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଲୋକଗୀତ ମାଧ୍ୟମରେ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଉଛନ୍ତି। ଏଥର ମଧ୍ୟ ତାଙ୍କ ଲକ୍ଷ୍ୟ ହେଉଛି ଶାସକ ଦଳ ଆମ୍ ଆଦମୀ ପାର୍ଟି। ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଦିଲ୍ଲୀର ମଦ ସ୍କାମ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟଙ୍ଗାତ୍ମକ ଶୈଳୀରେ ନିଜ ଗୀତରେ ଗୁରୁତ୍ୱପ୍ରଦାନ କରିଛନ୍ତି।

ନେହାଙ୍କ ଏହି ଗୀତକୁ କଂଗ୍ରେସ ଦଳ ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେୟାର କରିଛି। ଯେଉଁଥିରେ ନେହା ସିଂ ରାଠୋର ଗାଉଛନ୍ତି ‘ଝାଡୁ କି ସରକାର ୱା, ଦାରୁ କାରବାର ୱା, ମହାଘୋଟାଲେ ମେ ସାତ୍ ମନ୍ତ୍ରୀମଣ୍ଡଳ ଗିରଫତାର ..ଦିଲ୍ଲୀ ମେ କା ବା’। ନେହା ସିଂ ରାଠୋରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଗୀତରେ ନେହା ସିଂ ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ, ନାମକୁ ସିଧାସଳଖ ନ କହି ଚୌକିଦାର ଶବ୍ଦ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ମଦ ଦୁର୍ନୀତି, ଶିଶ୍ ମହଲ ବିବାଦ, ଯମୁନା ସଫେଇ, ଲୋକପାଲ ବିଲ୍ ଭଳି ଅନେକ ପ୍ରସଙ୍ଗ ଏହି ଗୀତରେ ଉଲ୍ଲେଖ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button