ରାଜ୍ୟ
ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧୦ଟି ସ୍ଥାନରେ ରେଡ୍

କେନ୍ଦୁଝର: ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ କୈଳାଶଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝରରେ ଏକକାଳୀନ ଚଢାଉ ଜାରି ରହିଛି। ଯାଞ୍ଚ ପରେ ସମୁଦାୟ ସ୍ଥାବର ଓ ଅସ୍ଥାବର୍ ସମ୍ପତି ର ପରିମାଣ ଆକାଳନ ହୋଇ ପାରିବ ।
ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ମାନସନରେ ଥିବା ଫ୍ଲାଟ, ଯାଜପୁର ବ୍ୟାସନଗରରେ ୨ଟି ଫ୍ଲାଟ, ପୁରୀରେ ଆପାର୍ଟମେଣ୍ଟ, ଯାଜପୁର ବ୍ୟାସନଗରରେ ତିନି ମହଲା ଘର, ଯାଜପୁର କରେଇରେ ଦୁଇଟି ଷ୍ଟୋର ହାଉସ, କେନ୍ଦୁଝର ଶର୍କରୀ କ୍ୱାଟର, ବୈତରଣୀ ଡିଭିଜନର ଚିଫ୍ ଇଞ୍ଜିନିୟର ଅଫିସ, କଟକ ମାହାଙ୍ଗାସ୍ଥିତ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘର ସାଲେପୁରରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢାଉ ରେ ଜଣେ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନ୍ସପେକ୍ଟର, ୭ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।