ଦେଶ- ବିଦେଶ

ଦଳା ଚକଟାର ଆସିଲା ସିସିଟିଭି ଫୁଟେଜ୍

ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର ଦିନ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଘଟିଥିଲା ଅଘଟଣ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି

ଜେରା ସମୟରେ ପଚରା ଯାଇଥିବା ପ୍ରଶ୍ନ ମଧ୍ୟରେ ରହିଥିଲା- ରୋଡ୍ ସୋ କରି କାହିଁକି ଥିଏଟରକୁ ଯାଇଥିଲେ ? ସେଠାକୁ ଯିବା ପାଇଁ ପୋଲିସର ଅନୁମତି ନଥିଲା। ଏକଥା ଜାଣିଥିଲ କି ନାହିଁ ? ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କର ଅନୁମତି ନେଇଥିଲେ କି ? କେତେବେଳେ ଜାଣିଲେ ଦଳାଚକଟାରେ ମହିଳାଙ୍କର ମୃତ୍ୟୁ ହୋଇଛି? ଦଳାଚକଟା ଖବର କିଏ ଆପଣଙ୍କୁ ପ୍ରଥମେ ଦେଇଥିଲେ ? ଦଳାଚକଟା ଖବର ଜାଣି ବି ଥିଏଟରରେ ବସି ଫିଲ୍ମ ଦେଖିଥିଲ କାହିଁକି? ତେବେ ଗତ ଡିସେମ୍ବର ୪ରେ ଥିଏଟର ବାହାରେ ଦଳାଚକଟା ଘଟଣାରେ ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଥିଲା।

ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିବା ଷ୍ଟାମ୍ପଡେଡର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ୧୪ସେକେଣ୍ଡର ଭିଡିଓରେ କୌଣସି ଶବ୍ଦ ବା ବ୍ୟାକଗ୍ରାଉଣ୍ଡ ଭଏସ ନାହିଁ, କିନ୍ତୁ ଏଥିରେ ଜନତା ଫାଟକକୁ ଠେଲି ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଫୁଟେଜରେ ମେଟାଲ ଗେଟ ଭାଙ୍ଗିଥିବାର ଦେଖାଯାଉଛି ଏବଂ ପ୍ଲାଷ୍ଟିକ ବୋତଲ ଏବଂ କାଗଜ ଖଣ୍ଡ ଭୂମିରେ ଏଣେତେଣେ ପଡିଛି।

ସୂଚନା ଅନୁଯାୟୀ, ଏହି ଭିଡିଓଟି ରାତି ପ୍ରାୟ ୯ଟା ୧୫ ସମୟର ହେବ ବୋଲି କୁହାଯାଉଛି, ଯାହା ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିବାର ୧୫ମିନିଟ ପୂର୍ବର। ଫୁଟେଜରେ ଏହା ଦେଖାଯାଉଛି ଯେ ସୁରକ୍ଷା କର୍ମୀମାନେ ଭିଡ଼କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଲୋକମାନେ ଜବରଦସ୍ତ ଆଗକୁ ବଢୁଛନ୍ତି।

ସୂଚନାଯୋଗ୍ୟ, ଯେତେବେଳେ କିଛି ସମୟ ପରେ ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ, ସେତେବେଳେ ଏକ ଷ୍ଟାମ୍ପଡେଡ ଭାଙ୍ଗି ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର ୮ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ। ସେ ଏବେ ବି କୋମାରେ ଅଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button