ମନୋରଞ୍ଜନ

ସୁଟିଂ ସମୟରେ ଆହତ ହେଲେ ଗାୟକ ଗୁରୁ ରନ୍ଧାୱା

ନୂଆଦିଲ୍ଲୀ: ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହେଲେ ଗାୟକ ଗୁରୁ ରନ୍ଧାୱା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗାମୀ ଚଳଚ୍ଚିତ୍ର ‘ଶୌନକି ସର୍ଦ୍ଦାର’ ର ସୁଟିଂ ସମୟରେ ଗୁରୁ ରାନ୍ଧୱା ଆହତ ହୋଇଥିଲେ। ଖବର ମୁତାବକ, ଏକ ଆକ୍ସନ୍ ସିନ୍ ପାଇଁ ସୁଟିଂ କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଖୋଦ୍ ନିଜେ ଗୁରୁ ରନ୍ଧାୱା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଡାକ୍ତରଖାନାରୁ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଗୁରୁ ରାନ୍ଧୱା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଡାକ୍ତରଖାନାର ଶଯ୍ୟାରେ ଶୋଇଛନ୍ତି। ସେ ଏକ ସର୍ଭାଇକାଲ୍ କଲର ପିନ୍ଧିଛନ୍ତି । ଏଥିସହ ତାଙ୍କ ମୁହଁରେ ଆଘାତ ଚିହ୍ନ ମଧ୍ୟ ରହିଛି । । ଫଟୋ ସେୟାର କରି ଗୁରୁ ଲେଖିଛନ୍ତି, ‘ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ, କିନ୍ତୁ ମୋର ସାହସ ଅକ୍ଷୁର୍ଣ୍ଣ ରହିଛି । ଫିଲ୍ମ‘ଶୌନକି ସର୍ଦ୍ଦାର’ ର ସେଟରୁ ଏକ ସ୍ମୃତି । ଆକ୍ସନ ସିନ୍ କରିବା ବହୁତ କଷ୍ଟକର,କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି ।

ଫଟୋରେ, ଗାୟକଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖିବାକୁ ମିଳିଛି। ତାଙ୍କ ବେକ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ତଥାବି ଫଟୋରେ ଗୁରୁ ହସୁଥିବା ଦେଖିବାକୁ ମିଳଛି। ଗୁରୁ ତାଙ୍କ ଦୁର୍ଘଟଣାର ଫଟୋ ସେୟାର କରିବା ପରେ , ତାଙ୍କର ପ୍ରଶଂସକମାନେ ଚିନ୍ତିତ ହୋଇଛନ୍ତି ଓ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏହା ସହ ଅଭିନେତ୍ରୀ ମୃଣ୍ଣାଲ ଠାକୁର, ଗାୟକ ମିକା ସିଂହ ମଧ୍ୟ ଶୀଘ୍ର ସୁସ୍ଥ ହେବା ନେଇ କମେଣ୍ଟରେ ଲେଖିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button