ଦେଶ- ବିଦେଶ

ଡ୍ୟୁଟି ସମୟରେ ଶୋଇବାରୁ ବୋନସ୍ ହରାଇଲା ପୋଲିସ ଡଗ୍‌

ବେଜିଂ: ଡ୍ୟୁଟି ସମୟରେ ଶୋଇପଡ଼ିବାରୁ ବୋନସ୍ ହରାଇଛି ପୋଲିସ ଡଗ୍ । ତେବେ ଚାଇନାର ଏକ ପୋଲିସ ଡଗ୍ ‘ଫୁଜଇ’ ଡ୍ୟୁଟିରେ ଥିବା ସମୟରେ ଶୋଇପଡ଼ି ଓ ନିଜ ଖାଦ୍ୟପାତ୍ରରେ ପରିସ୍ରା କରିବାକୁ ନେଇ ନିଜ ବାର୍ଷିକ ବୋନସ୍‌କୁ ହରାଇଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୨୦୨୩ ଅଗଷ୍ଟ ୨୮ରେ ଜନ୍ମ ଗ୍ରହଣ କରିଥିଲା ଫୁଜଇ । ଶାଙ୍ଗଲେ କାଉଣ୍ଟି ଜନ ସୁରକ୍ଷା ବ୍ୟୁରୋର ଜଣେ ପ୍ରଶିକ୍ଷକ ଜାଓ କ୍ୱିଙ୍ଗ୍‌ସୁଇ ଚାଇନାର ୱେଇଫାଙ୍ଗ୍‌ସ୍ଥିତ ପୋଲିସ ଡଗ୍ ଟ୍ରେନିଂ ବେସ୍‌କୁ ଏହାକୁ ଦାନ କରିଥିଲେ। ସେଠାରେ ତାଲିମ ପରେ ୨୦୨୪ ଜାନୁଆରୀରେ ଫୁଜଇ ଚାଇନା ପୋଲିସର ସ୍ପେଶାଲ୍ ଫୋର୍ସରେ ବିସ୍ଫୋରକ-ଚିହ୍ନଟ ଅପରେଟିଭ୍ (ରିଜର୍ଭ) ଭାବେ ନିଯୁକ୍ତ ହୋଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ସେ ନିଜର ବ୍ୟବହାର ଓ ଚିତ୍ତାକର୍ଷକ ଶରୀର ହେତୁ ଇଣ୍ଟରନେଟ୍‌ରେ ଚର୍ଚ୍ଚା ପାଲଟିଯାଇଥିଲା। ପରେ ଫୁଜଇ ପୋଲିସ ଡଗ୍‌ମାନଙ୍କ ପାଇଁ ଆବଶ୍ୟକ କଠୋର ମାନଦଣ୍ଡକୁ ପୂରଣ କରି ଅକ୍ଟୋବର ୨୦୨୪ରେ ପୂର୍ଣ୍ଣ ରୂପରେ ପୋଲିସ ଡଗ୍‌ର ମାନ୍ୟତା ପାଇଥିଲା। ୨୦୨୪ରେ ଫୁଜଇ ପୋଲିସ ଅଧିକାରୀ ଭାବେ ଅନେକ ସୁରକ୍ଷା କାର୍ଯ୍ୟକୁ ସଫଳତାର ସହ ଶେଷ କରି ବହୁ ଖ୍ୟାତି ଅର୍ଜନ କରିଥିଲା। ଫଳରେ ବର୍ଷର ବାର୍ଷିକ ବୋନସ୍ ଭାବେ ଫୁଜଇକୁ ନାଲି ଫୁଲ, ଖେଳନା ଏବଂ ଅନେକ ଉପହାର ସହ ଖାଇବାକୁ ସ୍ନାକ୍ସ ଦିଆଯାଇଥିଲା।

କିନ୍ତୁ ନିକଟରେ ଫୁଜଇ ଡ୍ୟୁଟିରେ ଥିବା ସମୟରେ ଏକଦା ଶୋଇ ପଡ଼ିଥିଲା । ନିଜ ଖାଦ୍ୟପାତ୍ରରେ ପରିସ୍ରା ବି କରି ଦେଇଥିଲା। ତେଣୁ ଫୁଜଇକୁ ବୋନସ୍ ଭାବେ ମିଳିଥିବା ସ୍ନାକ୍ସକୁ ଅଧିକାରୀମାନେ ଜବତ କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୋଲିସ ଅଧିକାରୀ ଫୁଜଇ ସହ ସାକ୍ଷାତ୍ କରୁଥିବା ଦେଖିବାକୁ ମିଳିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button