ଦେଶ- ବିଦେଶ

୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ୍

ନୂଆଦିଲ୍ଲୀ: ଏଣିକି ଆଉ ଏମାନଙ୍କୁ ମିଳିବନି ପେଟ୍ରୋଲ । ଦିଲ୍ଲୀରେ ୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି। ପେଟ୍ରୋଲ ପମ୍ପରେ ଆଉ ଏଭଳି ଗାଡିକୁ ଇନ୍ଧନ ଯୋଗାଇ ଦିଆଯିବ ନାହିଁ ବୋଲି କହିଛନ୍ତି । ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଇନ୍ଧନ ଯୋଗାଇଦେବ ନାହିଁ । ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଣ୍ଟି ସ୍ମୋଗ୍ ଗନ୍ ଏବଂ କ୍ଲାଉଡ୍ ସିଡିଂ ଲଗାଇବା ନେଇ ମଧ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପରିବେଶ ମନ୍ତ୍ରୀ ସିରସା କହିଛନ୍ତି ଯେ, ଦିଲ୍ଲୀରେ କିଛି ବଡ଼ ହୋଟେଲ, କିଛି ବଡ ଅଫିସ କମ୍ପେ୍ଲକ୍ସ, ଦିଲ୍ଲୀ ଏୟାରପୋର୍ଟ ଏବଂ ବଡ ନିର୍ମାଣ ସ୍ଥଳ ରହିଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ତୁରନ୍ତ ଏସବୁ ପାଇଁ ଆଣ୍ଟି ସ୍ମୋଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ। ଆମେ ଦିଲ୍ଲୀର ସମସ୍ତ ଉଚ୍ଚ କୋଠା ପାଇଁ ସ୍ମଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ । ଆମେ ଦିଲ୍ଲୀର ସମସ୍ତ ହୋଟେଲରେ ସ୍ମଗ୍ ଗନ୍ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button