ରାଜ୍ୟ

ଗୋରୁ ଗାଡ଼ିରେ ନିଆଁ ଲଗାଇଲେ ଲୋକେ

ଭଦ୍ରକ: ଭଦ୍ରକ ନଲାଙ୍ଗ ନିକଟରେ ଗୋଟିଏ ଗୋରୁ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି। ୧୨ ଗୋରୁ ନେଇ ଏକ ପିକ ଅପ୍ ଭ୍ୟାନ ସକାଳୁ କୋଲକାତା ଅଭିମୁଖେ ଯାଉଥିଲା।କିଛି ଲୋକ ଗାଡ଼ିରେ ଗୋରୁ ଯାଉଥିବା ଜାଣିବାକୁ ପାଇଥିଲେ।
ସେମାନେ ଗାଡ଼ିକୁ ଅଟକାଇ ଗୋରୁଙ୍କୁ ଗାଡିରୁ ଉହ୍ଲାଇ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ଟିମ୍ ପହଞ୍ଚିଛନ୍ତି।
ମୁଖ୍ୟତଃ, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲକଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଅବାଧ ଭାବେ ଗୋରୁ ସଂଗ୍ରହ କରାଯାଇ କୋଲକତା ଚାଲାଣ କରାଯାଉଛି। ଭଦ୍ରକ ବେଆଇନ ଗୋଚାଲାଣର ହଟସ୍ପଟ ପାଲଟିଛି। ପୂର୍ବରୁ ସୁପ୍ରିମ୍ କୋର୍ଟ ବେଆଇନ ଗୋଚାଲାଣ ନନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି କହିଥିଲେ ଯେ, ଏହା ଆଇନ ଦୃଷ୍ଟିରୁ ଦଣ୍ଡନୀୟ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button