ବିମାନରେ ମାଗଣାରେ ଚାହା ବାଣ୍ଟିଲେ ଯାତ୍ରୀ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ବିମାନରେ ଯାତ୍ରା କରିବାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ହେଲେ ବିମାନରେ ଯାତ୍ରା କରିବାକୁ ହେଲେ ଅନେକ ଜିନିଷ ସାଥୀରେ ନେବା ପାଇଁ ବାରଣ କରାଯାଇଥାଏ । ହେଲେ ନିକଟରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଉଡ଼ନ୍ତା ବିମାନରେ ଯାତ୍ରୀମାନଙ୍କୁ ଚା’ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଯାତ୍ରୀ ଫ୍ଲାଇଟରେ ଜଣକ ପରେ ଜଣେ ଯାତ୍ରୀଙ୍କୁ ଚା’ ପ୍ରଦାନ କରୁଛନ୍ତି । ଯାତ୍ରୀମାନେ ମଧ୍ୟ ତାଙ୍କଠାରୁ ଖୁସିର ସହକାରେ ଚା’ ଗ୍ରହଣ କରୁଛନ୍ତି । ଆଉ କିଛି ଯାତ୍ରୀ ହସୁଥିବା ନଜର ଆସିଛନ୍ତି । ବାସ୍ତବରେ ଚା’ ବାଣ୍ଟୁଥିବା ବ୍ୟକ୍ତି ଜଣକ ଇଣ୍ଡିଆନ ଚା’ବାଲା ଭାବେ ସୋସିଆଲ ମିଡ଼ିଆରେ ବେଶ୍ ପରିଚିତ । ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷାଧିକ ଫଲୋର୍ସ ଅଛନ୍ତି । ବ୍ୟକ୍ତିଜଣକ ବିମାନ ଉଡାଣ ସମୟରେ ହିଁ ଏହି ଭିଡ଼ିଓ ସୁଟ୍ କରିଛନ୍ତି । କିନ୍ତୁ କେବିନ କ୍ରୁଙ୍କ ପକ୍ଷରୁ କେହି ବିରୋଧ କରୁ ନାହାନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଏହାକୁ ନାପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ତାଙ୍କୁ ଫ୍ଲାଇଟରେ ଚା’ ନେବାକୁ କିଏ ଅନୁମତି ଦେଲା ଏବଂ କ୍ରୁ ମେମ୍ବରମାନେ କିପରି ବିରୋଧ କଲେନାହିଁ, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।