ଦେଶ- ବିଦେଶ

ସୋନିଆ,ରାହୁଲଙ୍କୁ କଟାକ୍ଷ କଲେ ପରେଶ ରାୱଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆଙ୍କୁ କଟାକ୍ଷ କରିଛନ୍ତି ବଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ପରେଶ ରାୱଲ । ଆଉ ଏକ ଟ୍ୱିଟ୍‌ରେ ଲେଖିଛନ୍ତିି ସୋନିଆଙ୍କୁ ବୋହୂ ମିଳିଲା ନା ବହୁମତ । ପରେଶଙ୍‌କ ଏହି ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ବିଜେପି ବହୁମତ ହାସଲ କରିଛି । ହେଲେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନ ପାଇଛି। ସେହିପରି ବିଜେପି ୪୮ଟି ଆସନ ଜିତିଛି । ଏହି ନିର୍ବାଚନରେ କଂଗ୍ରେସ ସବୁଠାରୁ ଅଧିକ ଖରାପ ପ୍ରଦର୍ଶନ କରିଛି। ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ।

ରେଜଲ୍ଟ ଘୋଷଣା ପରେ ବଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ପରେଶ ରାୱଲ ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆଙ୍କୁ କଟାକ୍ଷ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି- ଜଣେ ମାଆର ଯନ୍ତ୍ରଣା ବୁଝନ୍ତୁ। ନା ତୁମକୁ ବୋହୂ ମିଳୁଛି ନା ବହୁମତ। ପରେଶ ରାୱଲଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟରେ ରାହୁଲ ଗାନ୍ଧୀଙ୍କ ଫଟୋ ଥିଲା। ଅନେକ ୟୁଜର୍ସ ପରେଶ ରାୱଲଙ୍କ ଟ୍ୱିଟକୁ ସମର୍ଥନ କରିଥିଲେ ମଧ୍ୟ ଆଉ କିଛି ୟୁଜର୍ସଙ୍କ ମତରେ ଜଣେ ଅଭିନେତା ଏପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button