ରାଜ୍ୟ

ସତ ହେବ ପଞ୍ଜିକା ଗଣନା ! ତାଣ୍ଡବ ରଚିବ ବାତ୍ୟା

ଭୁବନେଶ୍ୱର: ସତ ହେବାକୁ ଯାଉଛି ପଞ୍ଜିକା ଗଣନା । ଖଡ଼ିରତ୍ନ ପଞ୍ଜିକାର ଏକ ପୃଷ୍ଠା ଏବେ ଭାଇରାଲ ହେଉଛି । ଏହି ପଞ୍ଜିକାରେ ଅକ୍ଟୋବରରେ ମହାବାତ୍ୟା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ଖଡିରତ୍ନ ପଞ୍ଜିକାରେ ପାଣିପାଗ ସମ୍ପର୍କରେ ଗଣନା କରାଯାଇଛି । ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ, କାକଟପୁର, ନିଆଳି ଆଦି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ପଞ୍ଜିକାରେ ଉଲ୍ଲେଖ ଥିବା ଏହି ପୃଷ୍ଠା ଏବେ ମୋଇବାଲରୁ ମୋବାଇଲକୁ ଘୂରି ବୁଲୁଛି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ଅସଲି ଖଡିରତ୍ନ ପଞ୍ଜିକାର ପୃଷ୍ଠା ଭାଇରାଲ ହେଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button