ରାଜ୍ୟ

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରିଥିବାର ସୂଚନା ହସ୍ତଗତ ହୋଇଛି। କଳାହାଣ୍ଡି ଜନୈକ ପୂର୍ବତନ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଏବେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଏବେ ବି ଏହି ମାମଲାରେ ଅନେକ କାର୍ପଟଦାରଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ।

ପୂର୍ବରୁ ଜିତନ ମହାରଣା ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ବୋର୍ଡ ଉପସଭାପତି ଶ୍ରୀ ମହାନ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିସାରିଲାଣି। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାରେ ଗତକାଲି ପୁଣି ତିନି ଜଣଙ୍କୁ ଉଠାଇ ଆଣିଥିଲା। କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ, କୋରାପୁଟ ଜିଲ୍ଲାର ଜଣେ ଶିକ୍ଷକ ଏବଂ କଳାହାଣ୍ଡିର ଆଉ ଜଣେ ଶିକ୍ଷକଙ୍କୁ ଉଠାଇଥିଲା। ଏହି ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିବା ବେଳେ ଅନ୍ୟ ଦୁଇ ଶିକ୍ଷକ ପ୍ରଶ୍ନପତ୍ର କିଣିଥିଲେ।

ବୋର୍ଡର ରେଗୁଲେସନ୍‌ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍‌ଆର୍‌ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି।
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଚଳିତ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଚାଲିଥିବା ନିୟମ ବହିର୍ଭୂତ କାର୍ଯ୍ୟ ସାମନାକୁ ଆସିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ ଉପସଭାପତି କିଭଳି କାର୍ଯ୍ୟ କରୁଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍‌ଟପ୍‌କୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍‌ରେ ପ୍ରଶ୍ନପତ୍ର ଆସିଥିଲା। ଏଭଳି ସାଂଘାତିକ କାର୍ଯ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରୁ ସାମନାକୁ ଆସିଛି। କିନ୍ତୁ ବୋର୍ଡରେ ବହୁଦିନରୁ ଚାଲି ଆସିଥିବା ଏଭଳି ଅନିୟମିତତାକୁ ଉଚ୍ଚ କର୍ତ୍ତୃପକ୍ଷ ଚୁପଚାପ୍‌ ସହିବା ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

ବୋର୍ଡର ରେଗୁଲେସନ୍‌ ଚାପ୍ଟର-୧୧ ଉପଧାରା ୧୫ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଗୋପନୀୟ ମୁଦ୍ରଣ ଓ ପ୍ରଶ୍ନ ବିତରଣ ବୋର୍ଡ ସଂପାଦକଙ୍କ ଦାୟିତ୍ବ। କିନ୍ତୁ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କିପରି ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂପୃକ୍ତ ହେଲେ ଓ ତାଙ୍କ ବ୍ୟକ୍ତିଗତ ଲାପ୍‌ଟପ୍‌କୁ ପ୍ରଶ୍ନର ସଫଟ୍ କପି କାହିଁକି ଆସିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୩ ବର୍ଷ ତଳେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ପରେ ସଂପାଦକଙ୍କଠାରୁ ଏ ଦାୟିତ୍ବ କାଢ଼ି ଆଣି ଉପସଭାପତିଙ୍କୁ ଦିଆଯାଇଥିଲା। କିନ୍ତୁ ବୋର୍ଡର ଡିଏଲ୍‌ଆର୍‌ କର୍ମଚାରୀ ଜିତନ ମହାରଣାଙ୍କୁ ଉପସଭାପତି ଡକ୍ଟର ମହାନ୍ତି ବୋର୍ଡର ଗୋପନୀୟ କାର୍ଯ୍ୟରେ ନିୟୋଜିତ କରିବା ବି ବଡ଼ କେଳେଙ୍କାରୀର ପ୍ରମାଣ ଦେଉଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button