ରାଜ୍ୟ

ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବୋର୍ଡ ସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୋଲିସ୍ । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ।

ତେବେ ପୂର୍ବରୁ ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ତାଙ୍କ ଗିରଫ ପାଇଁ ମଧ୍ୟ ଅନେକ ଦାବି ଉଠିଥିଲା । ଏହାକୁ ନେଇ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଥିଲେ ନିହାର । ଶନିବାର କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରି ଅନେକ ବିଷୟରେ ପ୍ରଶ୍ନ କରିଥିଲା । ଯେଉଁଥିରେ ସତ ଉଗାରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଯାହାପରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୭ ଜଣଙ୍କୁ ଗିରଫ କରି ସାରିଛି । ଏଥିସହିତ ଏହି ମାମଲାରେ ଏବେ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ ପ୍ରଶ୍ନପତ୍ର ଲିକ୍ ପ୍ରକ୍ରିୟା ପରୀକ୍ଷା ବୋର୍ଡ ସହିତ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ଜିତନ୍ ମହାରଣାଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ, ଡାଟା ଏଣ୍ଟ୍ରି ଅପରେଟର ଜିତନ୍ ମହାରଣା ଲିକ୍ ଘଟଣାରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଡିଜି । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି । ପ୍ରାୟ ୨/୩ ମାସ ଭିତରେ ଉଭୟେ ୧୦୦ ଥର କଥା ହୋଇଛନ୍ତି । ହେଲେ ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା । ଏହା ସତ୍ତ୍ବେ ବି ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ଏତେ ଥର ଉପସଭାପତି କଥା କାହିଁକି ହୋଇଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା । ଡିଜି ଏହା ବି କହିଛନ୍ତି ଯେ, ଜିତନଙ୍କ ଭୂମିକା ସନ୍ଦେହଜନକ ଥିଲା ଉପସଭାପତି ସ୍ବୀକାର କରିଛନ୍ତି । ନିହାର ବାବୁଙ୍କ ପାଖରେ ଓଟିଇଟି ପ୍ରଶ୍ନପତ୍ର ସମ୍ପର୍କିତ ପାସ୍‌ୱାର୍ଡ ଥିଲା । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍‌ କରିବା କଥା, ହେଲେ ସେ କରିନଥିଲେ । ଏଥିସହିତ ଉପସଭାପତି ଜିତନ ମହାରଣାଙ୍କୁ ଲାପଟପ୍‌ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏହାବ୍ୟତୀତ ମହାରଣାଙ୍କ ଆକାଉଣ୍ଟକୁ ୨.୪ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା, ଯାହା ବେଆଇନ କାର୍ଯ୍ୟକଳାପ ସହିତ ଏକ ସ୍ପଷ୍ଟ ଆର୍ଥିକ ଲିଙ୍କ ସ୍ଥାପନ କରିଥିଲା।

ତେବେ କହିରଖୁଛୁ, ରାଜ୍ୟ ସାରା କାର୍ଯ୍ୟରତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି-୨୦୨୫କୁ ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ସମ୍ପ୍ରତି ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ହେବା ପରେ ଏହି ଘୋଷଣା କରାଯାଇଥିଲା । ଆକସ୍ମିକ ବାତିଲ୍ ହେବା ଦ୍ୱାରା ୭୫,୦୦୦ ରୁ ଅଧିକ ପ୍ରାର୍ଥୀ ଆଘାତ ଏବଂ ନିରାଶାରେ ପଡ଼ିଥିଲେ। ରାଜ୍ୟର ୩୦ ଟି ଜିଲ୍ଲାର ୧୯୩ ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପାଇଁ ମୋଟ ୭୫,୪୦୩ ଜଣ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଆବେଦନ କରିଥିଲେ । ଯାହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button