ଦେଶ- ବିଦେଶ

ଏବେ ବି ଚାଲିଛି ‘ଅପରେସନ ସିନ୍ଦୂର’

ନୂଆଦିଲ୍ଲୀ: ୧୯ ଦିନ ମଧ୍ୟରେ ଗତକାଲି ପ୍ରଥମ ରାତି ସୀମାରେ ଶାନ୍ତି ଦେଖିବାକୁ ମିଳିଛି। ସୀମାରେ ଅସ୍ତ୍ରବିରତି ଲାଗୁ ହୋଇଛି ସତ, ହେଲେ ‘ଅପ‌ରେସନ୍‌ ସିନ୍ଦୂର’ ଏବେ ବି ଜାରି ରହିଛି ବୋଲି ଭାରତୀୟ ବାୟୁ ସେନା ସ୍ପଷ୍ଟ କରିଛି। ମେ ୧୧ ତାରିଖରେ ଏକ ବିବୃତି ଜାରି କରି ଭାରତୀୟ ବାୟୁ ସେନା କହିଛି ଯେ ‘ଅପରେସନ୍‌ ସିନ୍ଦୂର’ ଏବେ ବି ସରିନି।

ଏକ୍ସ ଆକାଉଣ୍ଟରେ ବାୟୁସେନା ପୋଷ୍ଟ କରି କହିଛି,ଅପରେସନ ସିନ୍ଦୂରରେ ଦିଆଯାଇଥିବା ଟାସ୍କକୁ ସଫଳତାର ସହ ସଠିକ୍ ଢଙ୍ଗରେ ପୂରା କରିଛି ବାୟୁସେନା । କିନ୍ତୁ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଗୁଜବ ଓ ବିନା ଯାଞ୍ଚରେ ଖବର ଠାରୁ ଦୂରେଇ ରୁହନ୍ତୁ।

ଏପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଭାରତୀୟ ସେନାର ପରାକ୍ରମକୁ ପ୍ରଂଶସା କରିବା ସହ ପାକିସ୍ତାନକୁ ନାଲିଆଖି ଦେଖାଇଛନ୍ତି । କହିଛନ୍ତି, ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଛାଶକ୍ତିରେ ପ୍ରତୀକ । ତେଣୁ ସୀମାର ଏପଟେ କିମ୍ବା ସେପଟେ ଆଙ୍କବାଦୀଙ୍କୁ ଆଦୌ ବରଦାସ୍ତ କରାଯିବନି । ପାକିସ୍ତାନର ପୁରୁଣା ଅଭ୍ୟାସ ରହିଛି ପଛପଟୁ ଛୁରୀ ମାରିବା । କିନ୍ତୁ ଏଥର ସଜାଗ, ସତର୍କ ଓ ଦମ୍ଭର ସହ ପ୍ରତିଟି ଆକ୍ରମଣର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୀମ‌ାରେ କେବଳ ଅସ୍ତ୍ରବିରତି ଲାଗୁ ହୋଇଛି। ହେଲେ ଏବେ ବି ସିନ୍ଧୁ ଜଳ ଚୁକ୍ତି ଉପରେ ପ୍ରତିବନ୍ଧକ, ଅଟାରୀ ଚେକ୍ ପୋଷ୍ଟ ଖୋଲିବ ନାହିଁ, ବାଣିଜ୍ୟ ଉପରେ କଟକଣା ଜାରି ରହିବ, ଏରୋସ୍ପେସ ବନ୍ଦ ରହିବ, ପାକିସ୍ତାନୀ କଳାକାର ଏବଂ ଅଭିନେତାଙ୍କ ଉପରେ ପ୍ରତିବନ୍ଧକ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ସ୍ଥଗିତ ଆଜି ଏବେ ବି ବଳବତ୍ତର ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button