ରାଜ୍ୟ

ଝୁପୁଡ଼ି ଘରେ ପଶିଗଲା ଟ୍ୟାଙ୍କର, ବୃଦ୍ଧା ମୃତ

ରାୟଗଡ଼ା: ଆଜି ଭୋର ୩ଟା ସମୟରେ ରାୟଗଡ଼ା ସଦର ମହକୁମା ଠାରୁ ୧୫ କିମି ଦୂରବର୍ତ୍ତୀ ଗୁମ୍ମା ଘାଟି ନିକଟରେ ଗୋଟିଏ ଝୁପୁଡ଼ି ଘରେ ଟ୍ୟାଙ୍କର ପଶିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି I ବ୍ରେକ ଫେଲ୍ ହେବା ଯୋଗୁଁ ଏହିପରି ଦୁର୍ଘଟଣା ଘଟିଥିବା କୁହାଯାଇଛି।

ଟ୍ୟାଙ୍କରଟି ରାସ୍ତାକଡରେ ଥିବା ଗୋଟିଏ ଝୁପୁଡ଼ି ଘର ସହିତ ଦୁଇଟି ଦୋକାନ ଗୃହକୁ ଧକ୍କା ଦେବା ଫଳରେ ଝୁପୁଡ଼ି ଘର ସହିତ ଦୁଇଟି ଦୋକାନ ଗୃହ ନଷ୍ଟ ହୋଇଯାଇଥିବା ବେଳେ ଝୁପୁଡ଼ି ଘରେ ଶୋଇଥିବା ବୃଦ୍ଧା ଲକ୍ଷ୍ମୀ ପାତ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭରଙ୍କର ନାଁ ଦୀପକ କୁଜୁର ଓ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ତୁଶୁର ବୋଲି ଜଣାପଡିଛି।

ଘଟଣା ସ୍ଥଳରେ ଅଗ୍ନିଶମ, ସ୍ଥାନୀୟ ପୁଲିସ ସହ ଡ୍ରାଇଭର ମହାସଂଘ ପହଞ୍ଚି ଉଦ୍ଧାର କରିଥିଲେ। ଆଜି ଭୋର ୩ ଟା ସମୟରେ ଟ୍ୟାଙ୍କର ଟିକିରି ଅଞ୍ଚଳରୁ ରାୟଗଡ଼ା ଅଭିମୁଖେ ଆସୁଥିବା ସମୟରେ ବ୍ରେକଫେଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button