ଦେଶ- ବିଦେଶ

ସମଲିଙ୍ଗୀ ବିବାହ ଆବେଦନ ଖାରଜ କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଇନଗତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି । ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିଲେ । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ ଏବଂ ନିଷ୍ପତ୍ତିରେ କରାଯାଇଥିବା ବିଚାର ଆଇନ ଅନୁସାରେ ହୋଇଛି ଏବଂ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ଉଚିତ ହେବ ନାହିଁ।

୧୭ ଅକ୍ଟୋବର, ୨୦୨୩ରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇପାରିବୁ ନାହିଁ। କାରଣ ଏହା ସଂସଦର କ୍ଷେତ୍ରାଧିକାର ପରିସରଭୁକ୍ତ ଏକ ବିଷୟ। ତଥାପି, ସମଲିଙ୍ଗୀ ଦମ୍ପତିମାନଙ୍କୁ ସାମାଜିକ ଏବଂ ଆଇନଗତ ଅଧିକାର ପ୍ରଦାନ କରିବାକୁ ଏକ ପ୍ୟାନେଲ ଗଠନ କରିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ରେକର୍ଡରେ କୌଣସି ତ୍ରୁଟି ଦେଖାଯାଉନାହିଁ । ରାୟରେ ପ୍ରକାଶିତ ମତାମତ ଆଇନ ଅନୁଯାୟୀ ଏବଂ ଏଥିରେ କୌଣସି ହସ୍ତକ୍ଷେପ ଯଥାର୍ଥ ନୁହେଁ। ତା’ପରେ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ, ଭାରତର ମୁଖ୍ୟ ବିଚାରପତି ସଞ୍ଜୟ କିଶନ କାଉଲ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେବା ପାଇଁ ସପକ୍ଷରେ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button