ଖେଳ ଖବର

ଆଣ୍ଠୁରରେ ମନ୍ଦିର ସିଡି ଚଢ଼ିଲେ ଖେଳାଳି

ଆନ୍ଧ୍ରପ୍ରଦେଶ: ଆଣ୍ଠୁର ସାହାରା ନେଇ ମନ୍ଦିର ସିଡି ଚଢ଼ିଲେ ଖେଳାଳି। କଲେ ତିରୁପତିଙ୍କ ଦର୍ଶନ। ସଫଳତା ପାଇଁ ଭଗବାନଙ୍କୁ ଜଣାଇଲେ ଧନ୍ୟବାଦ। ଭାରତୀୟ ଦଳର ଯୁବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ନୀତିଶ ତାଙ୍କ ଆଣ୍ଠୁ ସାହାର୍ଯ୍ୟରେ ତିରୁପତି ବାଲାଜିଙ୍କ ସିଡି ଚଢ଼ୁଥିବାର ଦେଖିବାକୁ ମିଳିଛି।

ଏହି ସମୟରେ ସେ ମନ୍ଦିରରେ ପ୍ରଣାମ ମଧ୍ୟ କରିଥିଲେ। ନୀତିଶ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ସରିଜ ଜରିଆରେ ସଫଳ ଟେଷ୍ଟ ଡେବ୍ୟୁ ପରେ ତିରୁପତି ବାଲାଜୀଙ୍କ ଦର୍ଶନ କରି ପ୍ରଣାମ ମଧ୍ୟ କରିଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ପରେ ତିରୁପତିଙ୍କୁ ଦର୍ଶନ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତିଶ। ବର୍ଡର ଗାଭାସ୍କର ମାଚ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ନୀତିଶ କୁମାର ଶତକ ମାରିଥିଲେ।

ନୀତିଶ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା କି ନୀତିଶ ଭାରତୀୟ ଟିମ୍‌ରେ କେବେ ଖେଳିବେ। ଏବେ ଅଲରାଉଣ୍ଡରଙ୍କ ଏହି ସ୍ୱପ୍ନ ପୁରା ହୋଇଗଲା। ବର୍ଡର ଗାଭାସ୍କର ସିରିଜରେ ନୀତିଶ ରେଡ୍ଡୀ ୨୯୮ ରନ୍ କରିବା ସହ ୫ ୱିକେଟ୍ ନେଇଥିଲେ। ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ନଜର ଆସିବେ ନୀତିଶ।

ନୀତିଶ କ୍ରିକେଟର ହେବାକୁ ତାଙ୍କ ବାପା ଅନେକ ସଂଘର୍ଷ କରିଛନ୍ତି। ପୁଅ ପାଇଁ ତାଙ୍କ ବାପା ଚାକିରି ବି ଛାଡ଼ିଦେଇଥିଲେ। ୨୧ ବର୍ଷିୟ ନୀତିଶ କୁମାର ରେଡ୍ଡୀ ୫ଟି ଟେଷ୍ଟ ମ୍ୟାଚ୍‌, ୩ଟି ଟି-୨୦ ଇଣ୍ଟର ନ୍ୟାସନାଲ ମ୍ୟାଚ୍‌, ଏବଂ ଆଇପିଏଲରେ ୧୫ ମ୍ୟାଚ୍ ଖେଳିସାରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button