ଦେଶ- ବିଦେଶ

ସୁନା ବୋତଲରେ ପାଣି ପିଅନ୍ତି ନୀତା,ଦାମ୍ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ: ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମ୍ବାନୀଙ୍କ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପରିବାରର ଲୋକ ବ୍ୟବହାର କରୁଥିବା ପୋଷାକଠାରୁ ଆରମ୍ଭ କରି ଜୁଏଲରୀ, ଚପଲ, ବ୍ୟାଗ ଆଦି ପ୍ରତିଟି ଜିନିଷ ବେଶ୍ ଦାମୀ ହୋଇଥାଏ। ସୋସିଆଲ ମିଡିଆରେ ଏବେ ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ପିଉଥିବା ପାଣି ବୋତଲକୁ ନେଇ ବେଶ୍ ଚର୍ଚ୍ଚା । ସେ ସୁନାର ବୋତଲରେ ପାଣି ପିଇଥାନ୍ତି । ଆଉ ଏହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

ନୀତା ଏକ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବୋତଲରୁ ପାଣି ହିଁ ପିଇଥାନ୍ତି । ନୀତା ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଏ ମୋଡିଗ୍ଲିଆନି ବୋତଲରେ ପାଣି ପିଉଥିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ବୋତଲକୁ ପ୍ରସିଦ୍ଧ ଡିଜାଇନର ରେଫନାଣ୍ଡୋ ଅଲ୍ଟମିରାନୋ ତିଆରି କରିଛନ୍ତି । ଏହି ଗୋଲ୍ଡ କୋଟେଡ୍ ବୋତଲରେ ଫ୍ରାନ୍ସ ଓ ଫିଜିର ସ୍ପ୍ରିଙ୍ଗ ୱାଟର, ଆଇସଲ୍ୟାଣ୍ଡର ଗ୍ଲାସିଅର ୱାଟର ରହିଛି, ଯାହାର ଦାମ୍ ୪୯ ଲକ୍ଷ ଟଙ୍କା । ସୁନା ବୋତଲରେ ପାଣି ପିଇବା କାରଣରୁ ୬୦ ବର୍ଷ ବୟସରେ ବି ନୀତାଙ୍କ ସ୍କିନ୍ ଗ୍ଲୋ କରୁଛି । ମୋଷ୍ଟ ଏକ୍ସପେନସିଭ୍ ୱାଟର ବଟଲ ପାଇଁ ଏହି ସୁନା ବୋତଲ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛି । ୱାଟର ବଟଲ ବ୍ୟତୀତ ନୀତା ଦାମୀ ଟି-ସେଟ୍ ବ୍ୟବହାର କରୁଛନ୍ତି, ଯାହାର ଦାମ୍ ୧.୫ କୋଟି ଟଙ୍କା । ଏହା ଏକ ଜାପାନିଜ୍ ବ୍ରାଣ୍ଡ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button