ରାଜନୀତି

ଭଣଜାଙ୍କୁ ଦଳରୁ କଲେ ବହିଷ୍କାର

ନୂଆଦିଲ୍ଲୀ : ନିଜର ଭଣଜାକୁ ଦଳରୁ ବାହାର କରି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ । ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଭଣଜା ଆକାଶ ଆନନ୍ଦଙ୍କୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ ଲକ୍ଷ୍ନୌରେ ଅନୁଷ୍ଠିତ ବିଏସପିର ଜାତୀୟ ସ୍ତରୀୟ ବୈଠକ ପରେ ମାୟାବତୀ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଦଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆକାଶ ଆନନ୍ଦଙ୍କୁ ତାଙ୍କର ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି ।

ଏନେଇ ବିଏସପି ସୁପ୍ରିମୋ ମାୟାବତୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗତକାଲି ବିଏସପିର ଅଖିଳ ଭାରତୀୟ ବୈଠକରେ, ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ସମେତ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା । କାରଣ ସେ ଦଳର ସ୍ୱାର୍ଥ ଅପେକ୍ଷା ଦଳରୁ ବହିଷ୍କୃତ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ପ୍ରଭାବରେ ରହିଆସିଥିଲେ। ତାଙ୍କୁ ଅନୁତାପ କରି ନିଜର ପରିପକ୍ୱତା ଦେଖାଇବା ଉଚିତ ଥିଲା। କିନ୍ତୁ ଏହାର ବିପରୀତରେ, ଆକାଶ ଦେଇଥିବା ଲମ୍ବା ଉତ୍ତର ତାଙ୍କର ଅନୁତାପ ଏବଂ ରାଜନୈତିକ ପରିପକ୍ୱତାର ସଙ୍କେତ ନୁହେଁ, ବରଂ ଏହା ପ୍ରାୟତଃ ସ୍ୱାର୍ଥପର, ଅହଂକାରୀ। ପରମ ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଆନ୍ଦୋଳନର ସ୍ୱାର୍ଥରେ ଏବଂ ପୂଜ୍ୟ କାଂଶୀରାମଙ୍କ ଶୃଙ୍ଖଳାର ପରମ୍ପରାକୁ ଅନୁସରଣ କରି, ଆକାଶ ଆନନ୍ଦଙ୍କୁ ତାଙ୍କ ଶ୍ୱଶୁରଙ୍କ ପରି, ଦଳ ଏବଂ ଆନ୍ଦୋଳନର ସ୍ୱାର୍ଥରେ ଦଳରୁ ବହିଷ୍କାର କରାଯାଉଛି।

The Aarnika

Leave a Reply

Your email address will not be published. Required fields are marked *

Back to top button