ଦେଶ- ବିଦେଶ

ଶହୀଦଙ୍କ ପାର୍ôଥବ ଶରୀରକୁ କାନ୍ଧରେ ଦେଲେ ସାଂସଦ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ମେରଠସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ଶହୀଦଙ୍କ ଅନ୍ତିମ ଯାତ୍ରାରେ ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ସାଂସଦ ଅରୁଣ ଗୋଭିଲ ସାମିଲ ହୋଇ କାନ୍ଧ ଦେଇଥିଲେ।

ଅରୁଣ ଶହୀଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଏହି ଦୁଃଖଦ ଘଟଣାର କିଛି ଫଟୋ ସେୟାର କରି ଲେଖିଛନ୍ତି, ‘ଜନପଦ ସାମଲିରେ ଅପରାଧୀଙ୍କ ସହିତ ସାହାସର ସହ ଲଢ଼ୁଥିବା ବେଳେ ମେରଠର ମସୁରୀ ଗ୍ରାମର ବାସିନ୍ଦା ଉତ୍ତରପ୍ରଦେଶର ଏସଟିଏଫର ନୀରିକ୍ଷକ ସୁନୀଲ କୁମାର ଶହୀଦ ହୋଇଛନ୍ତି। ଇଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଦୁଃଖ ସହିବାକୁ ସୁନୀଲଙ୍କ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ। ଜୟ ଶ୍ରୀ ରାମ।

ସୁନୀଲ କୁମାର ୧୯୯୦ ମସିହାରେ ଜଣେ କନଷ୍ଟେବଳ ଭାବେ ପିଏସିରେ ସାମିଲ ହୋଇଥିଲେ। ୨୦୦୨ରେ ମୁଖ୍ୟ କନଷ୍ଟେବଳ ଭାବେ ସୁନୀଲଙ୍କ ପଦୋନ୍ନତୀ ହୋଇ ସେ ପ୍ଲାଟୁନ କାମଣ୍ଡର ହୋଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button