ରାଜ୍ୟ

୫ ବର୍ଷର ପୁଅକୁ କୂଅରେ ଫିଙ୍ଗି ହତ୍ୟା କଲା ମା’

ସୁନ୍ଦରଗଡ଼ : ୫ ବର୍ଷର ସାବତ ପୁଅକୁ କୂଅରେ ଫିଙ୍ଗି ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ମହିଳା ତାଙ୍କ ୫ ବର୍ଷର ସାବତ ପୁଅକୁ ଏକ ବଡ଼ ପଥରରେ ବାନ୍ଧି କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଲାଠିକଟା ଅଞ୍ଚଳର ଫ୍ରାନ୍ସିସ୍ ଗୁଡିଆ ୨୦ ବର୍ଷ ବୟସ୍କା ନାଉରି ଗୁଡିୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହ ପରେ ନାଉରି ଫ୍ରାନ୍ସିସ୍‌ଙ୍କ ସାବତ ପୁଅକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ । ଶେଷରେ ସବୁଦିନ ପାଇଁ ସାବତ ପୁଅକୁ ଦୁନିଆରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ ନାଉରି । ଗତ୧୧ ତାରିଖରେ ଫ୍ରାନ୍ସିସ୍ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୫ ବର୍ଷର ସାବତ ପୁଅକୁ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ । ଘରକୁ ଫେରି ଫ୍ରାନ୍ସିସ୍ ପୁଅ ଘରେ ନ ଥିବା ଜାଣିବାକୁ ପାଇଥିଲେ । ପରେ ସବୁଆଡ଼େ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ଘଟଣା ପରଦିନ ନାଉରୀ ରଘୁନାଥପାଲି ପୋଲିସ ଷ୍ଟେସନକୁ ଯାଇ ପୁଅ ନିଖୋଜ ଥିବା ନେଇ ଅଭିଯୋଗ ଦାଖଲ କରିଥିଲେ। ପରେ ଶିଶୁଟିର ମୃତଦେହ ତାଙ୍କ ଘର ନିକଟରେ ଥିବା ଏକ କୂଅରେ ଭାସୁଥିବା ପୋଲିସ ଦେଖି ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ନାଉରିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଶେଷରେ ନାଉରି ପୁଅକୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button