ବିଗ୍ ବସ୍ ମଞ୍ଚରେ ଭାଇଜାନଙ୍କ ସହ ନାଚିଲେ ରବିନା ଓ ରାଶା

ମୁମ୍ବାଇ: ଛୋଟ ପରଦାର ସବୁଠାରୁ ଲୋକପ୍ରିୟ ଶୋ ‘ବିଗ୍ ବସ୍’ ରେ ଭାଇଜାନଙ୍କ ସହ ଡ଼୍ୟାନ୍ସ କଲେ ଅଭିନେତ୍ରୀ ରବିନା ଟଣ୍ଡନ ଓ ତାଙ୍କ ଝିଅ ରାଶା ଥାଡ଼ାନୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବର୍ତ୍ତମାନ ବିଗ୍ ବସ୍ ୧୮ର ଫାଇନାଲ୍ ପାଖେଇ ଆସୁଛି । ଏହା ପୂର୍ବରୁ ଶୋ ରେ ନୂଆ ନୂଆ ଅତିଥିଙ୍କ ପ୍ରବେଶ ଦେଖିବାକୁ ମିଳୁଛି । ସଲମାନ ଖାନଙ୍କ ଶୋ’ ୱିକେଣ୍ଡ କା ବାରର ନୂଆ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମ ‘ଆଜାଦ’ ର ମୁଖ୍ୟ କଳାକାର ଅମନ୍ ଦେବଗନ୍ ଏବଂ ରାଶା ଥାଡାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ବିଗ୍ ବସ୍ ୧୮ର ମଞ୍ଚରେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ନଜର ଆସିଛନ୍ତି ।
ୱିକେଣ୍ଡ କା ବାର୍ ପ୍ରମୋରେ ସଲମାନ ଖାନ ରାଶା ଥାଡାନୀ ଏବଂ ଅମନ୍ ଦେବଗାନଙ୍କୁ ମଞ୍ଚରେ ସ୍ୱାଗତ କରିଛନ୍ତି । ସଲମାନ କହିଛନ୍ତି , ବିଶ୍ୱାସ କରିବା କଷ୍ଟକର ଯେ ତୁମେ ହିରୋ ଏବଂ ହିରୋଇନ୍ ହୋଇଗଲଣି । ମୁଁ ଯେଉଁଠି ସେଇଠି ରହିଛି । ଏହା ପରେ ସଲମାନ ଖାନ ରାଶାଙ୍କୁ କହିଥିଲେ, ମୁଁ ତୁମ ବଡ଼ ଭଉଣୀକୁ ଡାକୁଛି । ସଲମାନ ରାଶାଙ୍କ ମା’ ରବିନା ଟଣ୍ଡନଙ୍କୁ ତାଙ୍କ ଭଉଣୀ ବୋଲି ଡାକି ସ୍ୱାଗତ କରିଥିଲେ ।
ଅଭିନେତା ଅମନ୍ ଦେବଗନ୍ ସଲମାନ ଖାନଙ୍କୁ ବିଗ୍ ବସ୍ ୧୮ର ମଞ୍ଚରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଜାଦ’ର ଫିରଙ୍ଗେ ଗୀତର ଷ୍ଟେପ୍ ଶିଖାଉଥିବା ନଜର ଆସିଥିଲେ । ଏହାପରେ ରାଶା ଏବଂ ଅମନ୍ ସଲମାନଙ୍କ ସହିତ ଖେଳ ଖେଳିଥିଲେ । ଏହି ଅବସରରେ ସଲମାନ ଅଭିନେତ୍ରୀ ରବିନାଙ୍କ ସହ ‘ପ୍ୟାର ଦୀଲୋକା ମେଳା ହେଁ’ ରେ ଖୁବ ନାଚିଥିଲେ । ଏହାବ୍ୟତୀତ ସମସ୍ତ କଳାକାର ‘ଜିନେ କେ ହେ ଚାର ଦିନ୍’ ଗୀତରେ ମଞ୍ଚରେ ଏକାଠି ନାଚିଥିଲେ ।