ଦେଶ- ବିଦେଶ

ଗୁଗୁଲ୍‌ରେ ରାହୁଲ ଏବଂ କେଜ୍ରିୱାଲଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ । ଦିଲ୍ଲୀର ମତଦାତା ନେତାମାନଙ୍କ ସଂପତ୍ତି ଏବଂ ସେମାନଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ସଂପର୍କରେ ଜାଣିବାକୁ ଗୁଗୁଲ ଏବଂ ୟୁଟ୍ୟୁବ୍ ବେଶୀ ସର୍ଚ୍ଚ କରୁଥିବା ଜଣାଯାଇଛି । ଏକ ମାସ ମଧ୍ୟରେ କେଉଁ ଦିନ କେଜ୍ରିୱାଲ ତ ଆଉ କେଉଁ ଦିନ ରାହୁଲ ଆଗରେ ରହିଛନ୍ତି । ଏହି ଭଳି ଦୁଇ ନେତାଙ୍କ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି ।

ଆସନ୍ତା ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି , କଂଗ୍ରେସ ଏବଂ ବିଜେପି ସମେତ ସବୁ ଦଳ ନିର୍ବାଚନୀ ପ୍ରଚାରରେ ଲାଗିପଡ଼ିଛନ୍ତି । ଏବେ ନେତାମାନେ ଘର ଘର ବୁଲି ଭୋଟ ମାଗୁଛନ୍ତି । ସେପଟେ ଲୋକମାନେ ଗୁଗଲରେ ନିଜର ନେତାମାନଙ୍କୁ ଖୁବ ସର୍ଚ୍ଚ ମଧ୍ୟ କରୁଛନ୍ତି । ଲୋକମାନେ ସବୁଠୁ ଅଧିକ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସଂପର୍କରେ ଜାଣିବାକୁ ଗୁଗଲ ଏବଂ ୟୁଟ୍ୟୁବରେ ସର୍ଚ୍ଚ କରୁଛନ୍ତି । ସେହିଭଳି ସର୍ଚ୍ଚ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆତିଶୀଙ୍କ ବିପକ୍ଷରେ କାଲକାଜୀରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ରମେଶ ବିଧୁରୀ ତୃତୀୟ ସ୍ଥାନରେ ରହିଛନ୍ତି । ଗୁଗୁଲ ସର୍ଚ୍ଚ ମାମଲାରେ ବିଧୁରୀଙ୍କୁ ଆତିଶୀ ପଛରେ ପକାଇଥିବା ବେଳେ ୟୁଟ୍ୟୁବ ସର୍ଚ୍ଚରେ ବିଧୁରୀ ଆଗରେ ରହିଛନ୍ତି ।

କେଜ୍ରିୱାଲ, ଆତିଶୀ ଏବଂ ବିଧୁରୀଙ୍କ ପରେ ଦିଲ୍ଲୀର ଲୋକେ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ସଂପର୍କରେ ସର୍ଚ୍ଚ ବି କରୁଛନ୍ତି । ସେପଟେ ଆତିଶୀଙ୍କ ବିପକ୍ଷରେ ପ୍ରାର୍ôଥ ହୋଇଥିବା କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ସଂପର୍କରେ ଜାଣିବାକୁ ମଧ୍ୟ ଦିଲ୍ଲୀବାସୀ ବେଶ ଆଗ୍ରହୀ । ତାଙ୍କ ପରେ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦିକ୍ଷିତ ରହିଛନ୍ତି । ତେବେ ଏହି ସବୁ ନେତା ଦିଲ୍ଲୀ ନିର୍ବାଚନରେ ନିଜ ନିଜ ଦଳର ସବୁଠାରୁ ବଡ଼ ଚେହେରା । ଗୁଗୁଲ ଟ୍ରେଣ୍ଡସ୍ ଅନୁସାରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେଜ୍ରିୱାଲଙ୍କୁ ଗୁଗୁଲ ଏବଂ ୟୁଟ୍ୟୁବ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button