ଦେଶ- ବିଦେଶ

ମୋନାଲିସାଙ୍କ ବେପାର ବୁଡ଼ାଇଲା ସୌନ୍ଦର୍ଯ୍ୟ, ଚିନ୍ତାରେ ଭାଇରାଲ୍ ଗର୍ଲ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଭାଇରାଲ ଗର୍ଲ ଭାବେ ପରିଚିତ ମୋନାଲିସା। ନିଜ ସୁନ୍ଦରତା ପାଇଁ ଏବେ ସେ ଅସୁବିଧାରେ ପଡ଼ିଛନ୍ତି। ନିଜ ସୁନ୍ଦରତା ଯେପରି ତାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ଏବେ ତାଙ୍କ ସୌନ୍ଦର୍ଯ୍ୟ ବେପାର ବୁଡ଼ାଇ ଦେଇଛି । ଯାହାକୁ ନେଇ ମୋନାଲିସା ଏବେ ଚିନ୍ତାରେ ।

ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଜମା ହେବାରେ ଲାଗିଛି। ଏହି ମହାକୁମ୍ଭରେ ମାଳି ବିକ୍ରି କରୁଥିବା ମଧ୍ୟପ୍ରଦେଶ ଇନ୍ଦୋରର ଝିଅ ମୋନାଲିସା ଭାଇରାଲ ଗର୍ଲ ହୋଇଛନ୍ତି। ତାଙ୍କର ଶ୍ୟାମଳ ରଙ୍ଗ ସହିତ ସୁନ୍ଦର ଆଖି ତାଙ୍କୁ ସୋସିଆଲ ମିଡିଆରେ ଲୋକପ୍ରିୟ କରାଇଛି। ମେଳାକୁ ଆସୁଥିବା ଶ୍ରଦ୍ଧାଳୁ ତାଙ୍କ ସହ ସେଲଫି ଓ ଫଟୋ ଉଠାଇବାକୁ ଭିଡ଼ ଜମାଉଛନ୍ତି । ଯାହାଦ୍ୱାରା ତାଙ୍କର ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି । ଏବେ କେହି ତାଙ୍କଠାରୁ ଆଉ ମାଳି କିଣୁ ନାହାନ୍ତି । କେବଳ ଫଟୋ ଉଠାଇ ଚାଲି ଯାଉଛନ୍ତି । ଏମିତି କି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସନୋଜ ମିଶ୍ର ତାଙ୍କୁ ତାଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର ପ୍ରଦାନ କରିଥିବା ଜାଣିବାକୁ ମିଳିଛି ।

ଏବେ ମୋନାଲିସାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ହରକତ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ତାଙ୍କ ଚାରିପଟେ ଜମା ହେଉଥିବା ଭିଡ଼ ଯୋଗୁ ବିରକ୍ତ ହୋଇଯାଇଛନ୍ତି । କ୍ରୋଧରେ ଜଣେ ଲୋକଙ୍କର ସ୍ମାର୍ଟଫୋନ ଭାଙ୍ଗି ଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଆରମ୍ଭରେ, ମୋନାଲିସା ଖୁସି ଅନୁଭବ କରୁଥିଲେ ଯେ, ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ସେ ଲୋକଙ୍କ ସହ ଫଟୋ ଉଠାଇ ଭିଡିଓ ମଧ୍ୟ କରିଥିଲେ। ସୋସିଆଲ ମିଡିଆ ୟୁଜର ମୋନାଲିସାଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ସେ ଏତେ ପ୍ରସିଦ୍ଧ ହୋଇଛନ୍ତି ଯେ କୁମ୍ଭମେଳାକୁ ଯାଉଥିବା ଅଧିକାଂଶ ଲୋକ ତାଙ୍କ ସହ ଫଟୋ ଉଠାଇବା ପାଇଁ ତାଙ୍କୁ ଅନୁସରଣ କରୁଛନ୍ତି। ତାଙ୍କ ପଛରେ ଏତେ ସଂଖ୍ୟକ ଲୋକ ଦେଖିବା ପରେ ମୋନାଲିସା ବହୁତ ବିବ୍ରତ ହୋଇପଡିଛନ୍ତି। ଏବେ ସେ ତାଙ୍କ ସୌନ୍ଦର୍ଯ୍ୟକୁ ତାଙ୍କର ଶତ୍ରୁ ପାଲଟିଛି।

ବର୍ତ୍ତମାନ ତାଙ୍କ ମାଳି ବିକ୍ରି କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏବେ ଲୋକମାନେ ତାଙ୍କଠାରୁ ମାଳି କିଣିବା ବନ୍ଦ କରିଦେଇଛନ୍ତି । ସେମାନେ ତାଙ୍କ ସହିତ ଫଟୋ ଉଠାଇବା ଆରମ୍ଭ କରିଛନ୍ତି। ମୋନାଲିସା କହିଛନ୍ତି ଯେ, ଲୋକମାନେ ମାଳ କିଣୁ ନ ଥିବାରୁ ତାଙ୍କ କାମ ବେପାର ବନ୍ଦ ହୋଇଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button