ଦେଶ- ବିଦେଶ

୧୫ରେ ଓଡ଼ିଶା ଆସିବେ ମୋଦୀ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସୁଛନ୍ତି। ଏହି ଗସ୍ତକାଳରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିସାରିଛନ୍ତି । ଏହା ତାଙ୍କର ତୃତୀୟ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆସନ୍ତା ୧୫ ତାରିଖ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ମୋଦୀ। ସେଠାରୁ ହେଲିକପ୍ଟର ଯୋଗେ ରାଉରକେଲା ଯିବେ। ସେ ଶହୀଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ କରିବେ। ଏହି ଅବସରରେ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍େଟମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ। ସେହିଦିନ ସେ ନିଜ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଗତ ଜୁନ ୧୨ ତାରିଖ ଦିନ ଓଡ଼ିଶା ଆସିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button