ଦେଶ- ବିଦେଶ

ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀଙ୍କ ଭାନ୍ତରାରେ ବିତାଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଭାନ୍ତରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସିଆଟିକ ସିଂହ, ଧଳା ସିଂହ, ଚିତାବାଘ, କାରାକାଲ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀଙ୍କ ଛୁଆଙ୍କ ସହିତ ଖେଳୁଥିବାର ଦେଖାଯାଇଥିଲା। ସେ ସିଂହ ଛୁଆମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଧଳା ସିଂହ ଛୁଆକୁ ଖାଇବାକୁ ଦେଇଥିଲେ,ସେମାନେ ଭାନ୍ତରାରେ ଜନ୍ମ ନେଇଥିଲା। ତାଙ୍କ ମା’ଙ୍କୁ ଉଦ୍ଧାର କରାଯାଇ ଭାନ୍ତରାକୁ ଅଣାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଭାନ୍ତରାରେ ଅବସ୍ଥିତ ବନ୍ୟପ୍ରାଣୀ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ବନ୍ୟ ପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଠାରେ ପ୍ରାଣୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଅଛି। ଏହା ସହିତ, ଆନାସ୍େଥସିଆ, ହୃଦରୋଗ, ନେଫ୍ରୋଲୋଜି, ଏଣ୍ଡୋସ୍କୋପି ଏବଂ ଦନ୍ତ ଚିକିତ୍ସା ସମେତ ପ୍ରାୟ ପ୍ରତ୍ୟେକ ବିଭାଗ ଅଛି। ପ୍ରଧାନମନ୍ତ୍ରୀ ହସ୍ପିଟାଲର ବିଭିନ୍ନ ରୁମ ମଧ୍ୟ ପରିଦର୍ଶନ କରିଥିଲେ। ସେ ଅପରେଶନ ଥିଏଟରକୁ ମଧ୍ୟ ଯାଇଥିଲେ। ଏଠାରେ ଏକ ଚିତାବାଘର ଅସ୍ତ୍ରୋପଚାର କରାଯାଉଥିଲା।

ପ୍ରଧାନମନ୍ତ୍ରୀ ମୋଦି ପରେ ଭାନ୍ତରା ମଧ୍ୟ ଯାଇଥିଲେ। ସେଠାରେ ସିଂହ ଏବଂ ଚିତାବାଘ ପାଖରେ ଯାଇ ବସିଥିଲେ। ଏଠାରେ ସେ ଚା’ ପିଇଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦି ଧୀରୁଭାଇ ଅମ୍ବାନୀ ଗବେଷଣା ଲ୍ୟାବ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଗଣ୍ଡା ଏବଂ ଜିରାଫକୁ ଫଳ ଖୁଆଇଥିଲେ। ଏହା ପରେ ସେ ପକ୍ଷୀ ୱାର୍ଡରେ ପହଞ୍ଚିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button