କର୍ମଚାରୀଙ୍କ ଆନ୍ଦୋଳନ: ସମ୍ବଲପୁରରେ ଗଡ଼ୁନି ମୋ ବସ
ସମ୍ବଲପୁର: ସମ୍ବଲପୁର ସହରରେ ସୋମବାର ସକାଳୁ ଗଡ଼ୁନି ମୋ’ ବସ୍ । ବିଭିନ୍ନ ଦାବି ନେଇ ମୋ’ ବସ୍ ର୍କମଚାରୀମାନେ ଆନ୍ଦୋଳନ ଚଳାଇଥିବାରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କର୍ମଚାରୀମାନେ ସିଆରୟୁଟି ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାବି ପୂରଣ ନ ହେବା ର୍ପଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରହିବ ବୋଲି ଗାଇଡ୍ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଠିକା କମ୍ପାନୀର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
କର୍ମଚାରୀମାନେ ଦାବି କରିଛନ୍ତି ଯେ, ସାମାନ୍ୟ ଭୁଲ୍ ପାଇଁ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋ’ ବସ୍ ଭିତରେ ଥିବା ସିଟ୍ରେ ଟିକେ ବସି ଦେଲେ ଜରିମାନା କରାଯାଉଛି। ଏଭଳି ସାମାନ୍ୟ ଭୁଲ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୫୦୦୦ ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ଖାଲି ସେତିକି ନୁହେଁ ସାମାନ୍ୟ କଥାରେ କର୍ମଚାରୀଙ୍କ ଦରମା ମଧ୍ୟ କାଟି ଦିଆଯାଉଛି। ଏହାବ୍ୟତୀତ ମୋ’ ବସ୍ରେ ବର୍ତ୍ତମାନ ପ୍ରବଳ ଭିଡ଼ ହେଉଥିବାରୁ ବସ୍ ଭିତରେ ବୁଲିବୁଲି ଟିକେଟ୍ କାଟିବାରେ କଣ୍ଡକ୍ଟର ଓ ଗାଇଡ୍ମାନେ ମଧ୍ୟ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ମୋ’ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ବସ୍ ଚଳାଚଳ ବନ୍ଦ ରଖିଛନ୍ତି ।