ଦେଶ- ବିଦେଶ

୧୦୦ବର୍ଷ ବୟସରେ ମା’ ହେଲା କଇଁଚ୍ଛ: ଅଣ୍ଡାରୁ ଫୁଟିଲେ ୪ଛୁଆ

ନୂଆଦିଲ୍ଲୀ: ସେ ପଶୁ ହୁଅନ୍ତୁ କି ପକ୍ଷୀ କି ମଣିଷ ପାଇଁ ମା’ ହେବାର ସୌଭାଗ୍ୟ ଠାରୁ ବଡ଼ ଖୁସି ଏଦୁନିଆରେ ଆଉ କିଛି ହୋଇ ନଥାଏ। ଘରକୁ ଶିଶୁଟିଏ ଆସିଲେ ଛୋଟ ଠାରୁ ବଡ଼ ସମସ୍ତଙ୍କ ମୁଖରେ ହସ ଫୁଟି ଯାଇଥାଏ।

ନିକଟରେ ଏକ ବିଶାଳ କଇଁଛ ପାଖାପାଖି ୧୦୦ବର୍ଷ ବୟସରେ ପ୍ରଥମଥର ମା’ ହେବାର ସୌଭାଗ୍ୟପ୍ରାପ୍ତ କରିଛି। ଏହି ଘଟଣା ପ୍ରଥମଥର ପାଇଁ ଘଟିଛି କି କୌଣସି କଇଁଛ ୧୦୦ବର୍ଷ ବୟସରେ ମା’ ହୋଇପାରିଛି। ଏହି ଘଟଣା ଖୁବ ଚର୍ଚ୍ଚାରେ ରହିଛି। ଆମେରିକାର ଫିଲାଡେଲଫିୟା ଚିଡ଼ିଆଘରର ସମସ୍ତ କର୍ମଚାରୀ ଏହି ଘଟଣାରେ ଖୁବ ଖୁସି ହୋଇଯାଇଛନ୍ତି।

ଆମେରିକାର ଫିଲାଡେଲଫିୟା ଚିଡ଼ିଆଘର ନିକଟରେ ଏକ ବୃଦ୍ଧା ପଶ୍ଚିମ ସାନ୍ତା କ୍ରୁଜ ଗୋଲାପାଗୋସ ମାଈ କଇଁଛ ଦେଇଥିବା ଅଣ୍ଡାରୁ ୪ଠି ଛୁଆ ବାହାର କରିଛନ୍ତି। ମାଈ କଇଁଛ ନାମ ମାଁମି ଥିବା ବେଳେ ଅଣ୍ଡିରା କଇଁଛ ନାମ ଅବ୍ରାଜୋ ରହିଛି। ଉକ୍ତ ମାଇ କଇଁଛର ବାସ୍ତବ ବୟସ ଜଣା ନଥିବା ବେଳେ କଇଁଛ ଗତ ୯୦ବର୍ଷ ହେବ ଫିଲାଡେଲଫିୟା ଚିଡ଼ିଆଘରେ ଅଛି। ତେଣୁ ତାର ବୟସ ୧୦୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଫିଲାଡେଲଫିୟା ଚିଡ଼ିଆଘରେ ୧୫୦ବର୍ଷ ପରେ ପଶ୍ଚିମ ସାନ୍ତା କ୍ରୁଜ ଗୋଲାପାଗୋସ କଇଁଛ ଅଣ୍ଡାରୁ ୪ଟି ଛୁଆ ଫୁଟିବା ଘଟଣା ପ୍ରଥମଥର ପାଇଁ ଘଟିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button