ରାଜ୍ୟ

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣକ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ସହରରେ ମା’ ଦୁର୍ଗାଙ୍କ ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ୮ ରୁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ରାତିରେ ଭସାଣି ଚାଲିଥିବାବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଦଣ୍ଡସି ସାହିର କିରଣ ଗଦବା ଓ ତେଜାବ ହରିଜନ ଗୁରୁତର ହୋଇଥିଲେ । ଉଭୟଙ୍କୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିରଣ ଗଦବାଙ୍କ ମୃତ୍ୟୁ ହୋଇଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button