ରାଜ୍ୟ

ବେତନ ଦାବିରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ବର: ଅଲ୍‌ ଓଡ଼ିଶା ସିଆର୍‌ପି ସିଏମ୍‌ ସଂଘ ପକ୍ଷରୁ ମାସିକ ବେତନ ସହିତ ଅନ୍ୟାନ୍ୟ ବିଲ୍‌ ପ୍ରଦାନ ଦାବିରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏନେଇ ଆଜି ପୂର୍ବାହ୍ନରେ ସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ସଂଘର ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳୀ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ବର୍ତ୍ତମାନ ସମୟରେ ସିଆର୍‌ପି ସିଏମ୍‌ମାନଙ୍କୁ ମାସିକ ଭତ୍ତା ବଦଳରେ କାର୍ଯ୍ୟ ଅନୁଯାୟୀ ଇନ୍‌ସେନ୍‌ଟିଭ୍‌ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ କରିବାକୁ ମିସନ୍‌ ଶକ୍ତି ବିଭାଗ ତରଫରୁ ଚିଠି କରାଯାଇଛି। ପୂର୍ବରୁ ପାଉଥିବା ପାରିଶ୍ରମିକ କମିଯିବା ଫଳରେ ସିଆର୍‌ପି ସିଏମ୍‌ମାନେ ନିଷ୍ପେଷିତ ହେଉଥିବା ଅଭିଯୋଗ ହୋଇଛି। ମାସିକ ୧୦ହଜାର ଟଙ୍କା ବେତନ, ଭିଆର୍‌ଏଫ୍‌ କାମ ବାବଦକୁ ୫ହଜାର ଟଙ୍କା ଏବଂ ଅନ୍‌ଲାଇନ୍‌ କାମ, ଫୋନ୍‌ ବିଲ୍‌, ଗସ୍ତ ଖର୍ଚ୍ଚ, ଭହଙ୍ଗା ଭତ୍ତା ବାବଦକୁ ମାସିକ ୩ହଜାର ଟଙ୍କା ପ୍ରଦାନ କରିବାକୁ ଦାବି ହୋଇଛି। ଅନୁରୂପ ଭାବେ ଅନ୍‌ଲାଇନ୍‌ କାମ ପାଇଁ ଟାବ୍‌ଲେଟ୍‌, ସିଆର୍‌ପି ସିଏମ୍‌ମାନଙ୍କୁ ପରିଚୟପତ୍ର ପ୍ରଦାନ ଏବଂ ମାସିକ ୨ଟି ଏସ୍‌ଏଚ୍‌ଜି ବୈଠକ କରିବା ଲାଗି ସଂଘ ନିବେଦନ କରିଛି।

ଆଜି ସଂଘର କାର୍ଯ୍ୟକର୍ତ୍ତାମାନେ ଶୋଭାଯାତ୍ରାରେ ଆସି ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ଉପଦେଷ୍ଟା ବସନ୍ତ କୁମାର ସାହୁ, ସଭାନେତ୍ରୀ ଲକି ହୋତା, ସାଧାରଣ ସମ୍ପାଦିକା ତୁଳସୀ ହନ୍ତାଳ, ବିଜୟଲକ୍ଷ୍ମୀ ପରିଜା, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ନର୍ମଦା ସାହୁ, ସନ୍ତୋସ୍ବିନୀ ଦାଶ, ସ୍ମିତା ଭୂତିଆ, ବନଜବାସିନୀ ଦଳେଇ, ପି. ଗାୟତ୍ରୀ ରେଡ୍ଡି, ସୁନୀତାଞ୍ଜଳି ପାତ୍ର, ଅସ୍ତମୀ କୁମ୍ଭରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉଦ୍‌ବୋଧନ ଦେଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button