ଦେଶ- ବିଦେଶ

କାନାଡ଼ାରୁ ଆସିଲେ କନ୍ୟାଯାତ୍ରୀ,ଗହମ କିଆରିରେ କଲେ ବିବାହ

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏକ ପ୍ରେମୀ ଯୁଗଳ ଗହମ କିଆରିରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ଏତିକି ନୁହେଁ, ବର କନ୍ୟା ସେମାନଙ୍କ ସମ୍ପର୍କୀୟଙ୍କୁ ଏମିତି ଉପହାର ଦେଇଛନ୍ତି, ଯାହାକୁ ନେଇ ଉଭୟେ ପ୍ରଶଂସା ସାଉଁଟୁୁଛନ୍ତି।

ପଞ୍ଜାବର ଫିରୋଜପୁରରେ ଏହି ନିଆରା ବିବାହ ଦେଖିବାକୁ ମିଳିଛି। ସାଧାରଣତଃ ବର ବିବାହ ଶୋଭାଯାତ୍ରା କରି ବରଯାତ୍ରୀ ଧରି କନ୍ୟା ଘରକୁ ଯାଏ। କିନ୍ତୁ ଏହି ବିବାହରେ, କନ୍ୟା କାନାଡ଼ାରୁ ସାତ ସମୁଦ୍ର ପାରି ହୋଇ ବିବାହ ଶୋଭାଯାତ୍ରା କରି ବର ଘରେ ପହଞ୍ଚିଥିଲେ। ଫିରୋଜପୁରରେ ବର ଦୁର୍ଲଭ ସିଂହଙ୍କ ଘର ହୋଇଥିବା ବେଳେ କନ୍ୟା ହରମୋନ କୌରଙ୍କ ଘର କାନାଡ଼ାରେ । ଉଭୟେ କାନାଡ଼ାରେ ରୁହନ୍ତି । କିନ୍ତୁ ନିଜ ମାଟି ସହିତ ସମ୍ପର୍କ ବଜାୟ ରଖିବା ପାଇଁ, ସେମାନେ ପଞ୍ଜାବରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି କେବଳ ପରମ୍ପରା ପାଳନ କରିବାରେ ସୀମିତ ନ ଥିଲା ବରଂ ଏହା ପଛରେ ଏକ ଗଭୀର ଚିନ୍ତାଧାରା ମଧ୍ୟ ଥିଲା।

ଦୁର୍ଲଭ ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ନିଜର ଗହମ କିଆରିରେ ବିବାହ କରିବାକୁ ସ୍ଥିର କରିଥିଲେ । ଏଥିରେ ଘର ଲୋକ ମଧ୍ୟ ରାଜି ହୋଇଥିଲେ । ଜମିରେ ହୋଇଥିବା ଫସଲ ମଧ୍ୟରେ ଏକ ତମ୍ବୁ ପକାଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିବାହ ମଣ୍ଡପକୁ ସବୁଜ ଗଛଲତାରେ ସଜାଯାଇଥିଲା । କେବଳ ସେତିକି ନୁହେଁ, ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ଉପହାର ସ୍ୱରୂପ ଗଛଚାରା ଦେଇ ବିଦାୟ ଦେଇଥିଲେ ବରକନ୍ୟା। ଏପରି କରିବାର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ବୋଲି କହିଛନ୍ତି ଦୁର୍ଲଭ ଓ ହରମୋନ ।

ସେମାନେ ଆହୁରି କହିଛନ୍ତି, ହରିୟାଣା ସୀମାରେ ପଞ୍ଜାବ ଚାଷୀମାନେ ସେମାନଙ୍କର ଦାବି ପାଇଁ କରୁଥିବା ପ୍ରତିବାଦରୁ ସେମାନେ ଅନୁପ୍ରାଣିତ ହୋଇଛନ୍ତି। ଫାର୍ମରେ ବିବାହ କରି ସେ ବାର୍ତ୍ତା ଦେଇଥିଲେ ଯେ, ସେ କେବେବି ତାଙ୍କ ଗାଁରୁ ଦୂରକୁ ଯିବେ ନାହିଁ । ସବୁବେଳେ ତାଙ୍କ ମାତୃଭୂମି ସହିତ ଯୋଡ଼ି ହୋଇ ରହିବେ। ଯେତେବେଳେ ଦିଲ୍ଲୀରେ ପ୍ରଥମ କୃଷକ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ମଧ୍ୟ ଆମେ ଚାଷୀମାନଙ୍କୁ ସାହାଯ୍ୟ କରିଥିଲୁ। ଆମେ ଚାଷୀ । ପୂର୍ବ କୃଷକଙ୍କ ସଂଘର୍ଷରୁ ଆମେ ଶିଖିଛୁ ଯେ ଆମକୁ ଚାଷ ସହିତ ଯୋଡ଼ି ହେବା ଉଚିତ। ଏପରି କରିବା ପାଇଁ ଆମେ ଏକ ସ୍ୱତନ୍ତ୍ର ବିବାହ କରିବାକୁ କାନାଡାରୁ ପଞ୍ଜାବ ଆସିଛୁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button