ଦେଶ- ବିଦେଶ

ମମତା କୁଲକର୍ଣ୍ଣି ପୁଣି ଥରେ ହେଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର

ମୁମ୍ୱାଇ : ମମତା କୁଲକର୍ଣ୍ଣିଙ୍କୁ ପୁଣି ଥରେ କିନ୍ନର ଆଖଡର ମହାମଣ୍ଡଳେଶ୍ୱର ି। ସେ ଗୁରୁବାର ସୋସିଆଲ ମିଡ଼ିଆରେ ୧ମିନିଟ ୧୪ ସେକେଣ୍ଡର ଭିଡ଼ିଓ ଜାରି କରି କହିଛନ୍ତି ଯେ, ତାଙ୍କର ଗୁରୁ ଡାକ୍ତର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କର ଇସ୍ତଫା ସ୍ୱୀକାର କରି ନାହାନ୍ତି। ମନେପକାଇ ଦେଉଛୁ କି , ମମତା ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ପୋଷ୍ଟ କରି ମହାମଣ୍ଡଳେଶ୍ୱରର ପଦ ଛାଡ଼ିବାକୁ ଘୋଷଣା କରି ଥିଲେ।

ମମତା କୁଲକର୍ଣ୍ଣି କହିଛନ୍ତି ,ମୁଁ ଶ୍ରୀୟାମାଇ ମମତା ନନ୍ଦଗିରି। ଦୁଇ ଦିନ ପୂର୍ବେ ମୋର ପଟ୍ଟା ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଉପରେ କିଛି ଲୋକ ଭୁଲ୍ ଆକ୍ଷେପ କରିଥିଲେ। ଏଥିରେ ଦୁଃଖୀ ହୋଇ ମୁଁ ନିଜ ପଦରୁ ଇସ୍ତଫା ଦେଇ ସାରି ଥିଲି, କିନ୍ତୁ ସେ ମୋର ଇସ୍ତଫା ନାମଞ୍ଜୁର କରି ଦେଇଛନ୍ତି ଏବଂ ଯେଉଁ ଗୁରୁ ଗିଫ୍ଟ ମୁଁ ଆଚାର୍ଯ୍ୟ ଲକ୍ଷ୍ନୀ ନାରାୟଣ ତ୍ରିପାଠୀଙ୍କୁ ଦେଇଥିଲି, ତାହା ଜଣେ ମହାଣ୍ଡଳେଶ୍ୱର ହେବା ପରେ ଯେଉଁ ଛତା ,ଷ୍ଟିକ୍ ଓ ଫ୍ୟାନ୍ ହୋଇ ଥାଏ, ତା ପାଇଁ ଥିଲା। ଯେଉଁ କିଛି ଗୁରୁ ଉପହାର ରହିଛି, ତାହା ଭଣ୍ଡାର ପାଇଁ ସମର୍ପିତ କରିଦିଆ ଯାଇଛି। ମୁଁ ତାଙ୍କର କୃତଜ୍ଞ, ସେ ମୋତେ ପୁଣି ସେହି ପଦରେ ବସାଇଲେ। ଆଗକୁ ପୁଣି ମୁଁ ନିଜର ଜୀବନ କିନ୍ନର ଆଖଡା ଓ ସନାତନ ଧର୍ମ ପାଇଁ ସମର୍ପତ କରିବି। ମମତା କୁଲକର୍ଣ୍ଣି ୨୫ ବର୍ଷ ପୂର୍ବେ ସଂନ୍ନ୍ୟାସ ନେଇଥିଲେ । ୨୦୧୩ ରେ ସେ ନିଜର ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍ ଏକ ୟୋଗିନୀ’ ରିଲିଜ କରିଥିଲେ। ଏହି ସମୟରେ, ସେ ଫିଲ୍ମ ଦୁନିଆକୁ ଅଲବିଦା କହିବା କାରଣ ଦର୍ଶାଇ କହିଥିଲେ , କିଛି ଲୋକ ଦୁନିଆର କାମ ପାଇଁ ଜନ୍ମ ହୋଇଥାନ୍ତି, ଅନ୍ୟପଟେ କିଛି ଈଶ୍ୱରଙ୍କ ପାଇଁ ଜନ୍ମ ହୋଇଥାନ୍ତି । ମୁଁ ଈଶ୍ୱରଙ୍କ ପାଇଁ ଜନ୍ମ ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button