ରାଜ୍ୟ
ମା’ଙ୍କ ମେଲାଣି ପାଇଁ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି କଟକ
କଟକ: ସରିଲା ଦଶହରା । ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି। ଗତକାଲି ରାତିରୁ କଟକରେ ମା ଦୁର୍ଗାଙ୍କ ଭସାଣି ଉତ୍ସବ ଧୁମ୍ଧାମ୍ରେ ଆରମ୍ଭ ହୋଇଯାଇଛି । ଆଜି ସକାଳୁ କଟକ କାଠଯୋଡ଼ି ଦେବୀଗଡ଼ାରେ ୨୦ରୁ ଊର୍ଦ୍ଧ୍ୱ ମୃଣ୍ମୟ ମୂର୍ତ୍ତିଙ୍କୁ ବିସର୍ଜନ କରାଯାଇସାରିଲାଣି। ଏବେ ବିଭିନ୍ନ ପୂଜାମଣ୍ଡପର ମା ଦୁର୍ଗା ବିଭିନ୍ନ ସାହି ପରିକ୍ରମା କରୁଛନ୍ତି। ପରେ କାଠଯୋଡ଼ି ଦେବୀଗଡ଼ାରେ ମାଙ୍କୁ ବିସର୍ଜନ କରାଯିବ। ଏଥିଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏଣେ ଭସାଣି କିଭଳି ଶାନ୍ତିଶୃଙ୍ଖଳାର ସହ ହେବ ସେନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଦେବୀଗଡ଼ାଠାରେ ପୂର୍ବରୁ ୩ଟି କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି । ଏମିତି କି କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରାଯାଇଛି । କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର୍ି ଆଜି ବିସର୍ଜନ କରାଯିବ ।