ଦେଶ- ବିଦେଶ

ଲାହୋରରେ ଲବଙ୍କ ସମାଧିରେ ପ୍ରାର୍ଥନା କଲେ ରାଜୀବ ଶୁକ୍ଳା

ନୂଆଦିଲ୍ଲୀ: ପାକିସ୍ତାନରେ ରହିଛି ପ୍ରଭୁ ରାମଚନ୍ଦ୍ରଙ୍କ ପୁତ୍ର ଲବଙ୍କ ସମାଧି । ଏହା ଜାଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗୁଥିବ । ମନକୁ ପ୍ରଶ୍ନ ଆସୁଥିବ ପାକିସ୍ତାନରେ ପୁଣି ରାମଚନ୍ଦ୍ରଙ୍କ ପୁତ୍ର ଲବଙ୍କ ସମାଧି କେମିତି ହେଲା ? ଲାହୋରର ଏକ ପ୍ରାଚୀନ ଦୁର୍ଗରେ ରହିଛି ଲବଙ୍କ ସମାଧି । କେବଳ ସେତିକି ନୁହେଁ, ଏଠାରେ ଏକ ସହର ମଧ୍ୟ ଲବଙ୍କ ନାମରେ ନାମିତ ହୋଇଛି ।

ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋର ହେଉଛି ପ୍ରଭୁ ରାମଙ୍କ ପୁତ୍ର ପ୍ରେମ ସହର। ଏହି ସହରର ପ୍ରାଚୀନ ଇତିହାସ ଭାରତୀୟ ସଂସ୍କୃତି ସହିତ ଜଡ଼ିତ । ପାକିସ୍ତାନୀ ସହର ‘କାସୁର’ରେ ପ୍ରଭୁ ରାମଙ୍କ ଦ୍ୱିତୀୟ ପୁତ୍ର କୁଶ ବାସ କରୁଥିବା କୁହାଯାଉଛି। ଏହା ବ୍ୟତୀତ ଏହି ସହରର ବହୁ ପୁରାତନ ମନ୍ଦିର ଏବଂ ଏ୍ୟୌତିହାସିକ ଅଟ୍ଟାଳିକା ବିଷୟରେ ଉଲ୍ଲେଖ କରାଯାଇଛି । ଲାହୋର ଦୁର୍ଗ ଭିତରେ ଲବଙ୍କ ସମାଧି ରହିଛି । ଯାହା ହଜାର ହଜାର ବର୍ଷ ପୁରୁଣା । ଦୁର୍ଗ ନିର୍ମାଣ ହେବାର ବହୁ ପୂର୍ବରୁ ଏହା ଏଠାରେ ରହିଛି । ଏହାକୁ କେହି କେହି ଲବଙ୍କ ସମାଧି କହୁଥିବା ବେଳେ ଆଉ କିଏ ଏହାକୁ ପ୍ରେମ ମନ୍ଦିର ବୋଲି କହିଥାନ୍ତି ।

ମୋଗଲ କାଳରେ ସମ୍ରାଟ ଆକବର ଏହାର ଚାରିପାଖରେ ଏକ ଦୁର୍ଗ ନିର୍ମାଣ କରିଥିଲେ । ଯାହା ପରେ ଏହି ମନ୍ଦିର ମଧ୍ୟ ଦୁର୍ଗର ଏକ ଅଂଶ ହୋଇଗଲା । ସପ୍ତମ ଶତାବ୍ଦୀରେ ଚାଇନାର ଭ୍ରମଣକାରୀ ୟୁଆନ୍ ଚାଙ୍ଗ ଭାରତ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ଲାହୋର ମଧ୍ୟ ଯାଇଥିଲେ। ସେ ଲାହୋର ବିଷୟରେ ଲେଖିଥିଲେ ଯେ ସହରଟି ସୁନ୍ଦର ଏବଂ ବଡ଼ ମନ୍ଦିର ଏବଂ ବଗିଚାରେ ପରିପୂର୍ଣ୍ଣ ଥିଲା ।ଏହା ବ୍ୟତୀତ, ଲାହୋରର ମନ୍ଦିରଗୁଡ଼ିକ ବିଷୟରେ ସୂଚନା ୯୮୨ ମସିହାରେ ଲିଖିତ ଏକ ଦଲିଲରେ ମଧ୍ୟ ଉପଲବ୍ଧ । ଏହି ଲିଖିତ ଦଲିଲକୁ ବ୍ରିଟିଶ ସଂଗ୍ରହାଳୟରେ ଦେଖିବାକୁ ମିଳେ ।

କ୍ରିକେଟ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲାହୋରର ଏକ ପ୍ରାଚୀନ ଦୁର୍ଗ ପରିଦର୍ଶନ କରିଥିଲେ । ଯେଉଁଠାରେ ଭଗବାନ ରାମଙ୍କ ପୁତ୍ର ଲବଙ୍କ ଏକ ପ୍ରାଚୀନ ସମାଧି ଅଛି। ଏହାକୁ ବୁଲି ଦେଖିବା ସହ ଏହାର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘ଲାହୋର’ ନାମ ମଧ୍ୟ ତାଙ୍କ (ଲବ) ରୁ ଆସିଛି। ମୋତେ ସେଠାରେ ପ୍ରାର୍ଥନା କରିବାର ସୁଯୋଗ ମିଳିଥିଲା। ମୋ ସହିତ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଥିଲେ, ଯିଏ ଏହି ସମାଧିର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ମୋହସିନ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ।

ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଲାହୋରର ପୌର ରେକର୍ଡ ଅନୁଯାୟୀ ଏହି ସହର ପ୍ରଭୁ ରାମଙ୍କ ପୁଅ ଲଭଙ୍କ ନାମରେ ପ୍ରତିଷ୍ଠିତ ହୋଇଥିଲା, ଯେତେବେଳେ କସୁର ସହର ତାଙ୍କ ଅନ୍ୟ ପୁଅ କୁଶଙ୍କ ନାମରେ ନାମିତ ହୋଇଥିଲା। ପାକିସ୍ତାନ ସରକାର ମଧ୍ୟ ଏହି ସତ୍ୟକୁ ସ୍ୱୀକାର କରନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button