ଦେଶ- ବିଦେଶ

ମହାକୁମ୍ଭରେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଅସୁସ୍ଥ

ପ୍ରୟାଗରାଜ: ଅସୁସ୍ଥ ହୋଇପଡ଼ିଛନ୍ତି ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ । ସେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି । ଲରେନ୍ ଜବ୍ସ ଆଲର୍ଜିରେ ପୀଡ଼ିତ ହୋଇଥିଲେ ମଧ୍ୟ ଗଙ୍ଗା ନଦୀରେ ସ୍ନାନ କରିଛନ୍ତି । ଆଧ୍ୟାତ୍ମିକ ଗୁରୁ ସ୍ୱାମୀ କୈଳାସାନନ୍ଦ ଗିରି ମଙ୍ଗଳବାର କହିଛନ୍ତି, ସେ ସଙ୍ଗମ ରୀତିନୀତିରେ ଅଂଶଗ୍ରହଣ କରିବେ। ସେ ମୋ ‘ଶିବିର’ରେ ବିଶ୍ରାମ ନେଉଛନ୍ତି। ତାଙ୍କର କିଛି ଆଲର୍ଜି ରହିଛି। ଏତେ ଜନଗହଳିପୂର୍ଣ୍ଣ ସ୍ଥାନକୁ ସେ କେବେ ଯାଇ ନ ଥିଲେ। ସେ ବହୁତ ସରଳ। ପୂଜା ସମୟରେ ସେ ଆମ ସହିତ ରହିଥିଲେ ବୋଲି ବୋଲି କହିଛନ୍ତି।

ସେ ଗତ ସୋମବାର ମହାକୁମ୍ଭ ମେଳାରେ ଆସି ପହଞ୍ଚିଥିଲେ । ଜାନୁଆରି ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଆମେରିକା ଫେରିବା ପୂର୍ବରୁ ସେ ଜାନୁଆରି ୧୫ ପର୍ଯ୍ୟନ୍ତ ନିରଞ୍ଜିନୀ ଆଖଡ଼ା ଟେଣ୍ଟ୍‌ରେ ରହିବେ। ତାଙ୍କୁ ମହାକୁମ୍ଭ ମେଳାରେ ଜଣେ ସନ୍ୟାସିନୀ ବେଶରେ ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଏହା ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ । ସମଗ୍ର ଦୁନିଆର କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମେତ ଲୋକେ ଆଜି ପହଞ୍ଚିଛନ୍ତି । ଏସବୁ ଭିତରେ ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲଙ୍କ ସାମିଲ ହୋଇଛନ୍ତି । ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଶିବିରରେ ରହିଛନ୍ତି । ଏଠାରେ ଲରେନଙ୍କୁ ଏକ ନୂଆ ନାମ ମଧ୍ୟ ମିଳିଛି। ତାଙ୍କ ନୂଆ ନାମ କମଳା ରଖାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button