ଉଦ୍ଘାଟିତ ହେଲା ‘କୃତୀ’ କଫିର ସ୍ୱତନ୍ତ୍ର କାଫେ
ଭୁବନେଶ୍ୱର: ‘କୃତୀ’କଫି ଭାରତର ଦୃତ ଓ ଅଭିବୃଦ୍ଧିଶୀଳ କଫି ଉଦ୍ୟୋଗ ମଧ୍ୟରୁ ଅନ୍ୟତମ । ଗତ ୧୬ ତାରିଖରେ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ପଲ୍ ହାଇଟ୍ସରେ ଏହାର ସ୍ୱତନ୍ତ୍ର କାଫେର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
‘କୃତୀ’କଫି ଏକ ସୁନ୍ଦର ଅଧିବେଶନର ଆୟୋଜନ କରିଥିଲା ଯେଉଁଥିରେ ଅନେକ ଅତିଥି ଯୋଗଦାନ କରିଥିଲେ । ଏଥି ସହ ଭାରତର ପଞ୍ଚମ ବିଶ୍ୱ କଫି ସମ୍ମିଳନୀରେ କେନ୍ଦୀରିଗୁଡା, ପ୍ରାକୃତିକ କଫି ପ୍ରସ୍ତୁତ କରି ପ୍ରଥମ ଆରାବିକା ପ୍ରାକୃତିକ କଫି ଭାବରେ ପୁରସ୍କୃତ ହୋଇଛି । ଏହି କ୍ୟାଫେର ପ୍ରତିଷ୍ଠାତା ଡ଼. କାମାକ୍ଷା ଦାସ ବିଶ୍ୱର ପ୍ରଥମ କଫି କୌଶଳ ସଂସ୍ଥା ଏସ.ସି.ଏରୁ ପେଶାଦାର ସ୍ତରର ରୋଷ୍ଟିଂ ଶେଷ କରିଛି । ଏଥିସହ ଓଡ଼ିଶାର ଆଦିବାସୀ ଅଂଚଳର କଫି କେମିତି ବିଶ୍ୱ ସ୍ତରରେ ନାମ ଅର୍ଜନ କରିବ ତା ପାଇଁ ସେ ଆଦିବାସୀ ଅଞ୍ଚଳ ରେ ଉତ୍ପାଦିତ କଫିକୁ ବିଶ୍ୱ କଫି ସମ୍ମିଳନୀରେ ଏବଂ ଗଲ୍ଫ ଫୁଡ୍ ଦୁବାଇ ଇତ୍ୟାଦିର ବିଶ୍ୱ ମଞ୍ଚ ରେ ପ୍ରଦର୍ଶିତ କରିଛନ୍ତି।
ବ୍ୟବସାୟ ମୁଖ୍ୟ ତପନ ବାରିସଲ ଉଲ୍ଲେଖ କରିଛନ୍ତି ଯେ କଫିର ସେବନ ଦ୍ୱାରା ଉତ୍ତମ ସ୍ୱାଦ ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆଗାମୀ ଦିନରେ ଏହାର ଫ୍ରାଞ୍ଚାଇଜ୍ ମଡେଲରେ ଆହୁରି ୧୫ ଗୋଟି ଆଉଟଲେଟ ଖୋଲିବା ସହ ୮ ଗୋଟି ନୂତନ ଉତ୍ପାଦ ସ୍ଥାପନ କରିବାକୁ ଯୋଜନା କରାଯାଇଛି ।