ବିବାହ ପରେ ଏହି ବଡ଼ ନିଷ୍ପତ୍ତି ନେଲେ କୀର୍ତ୍ତି
ହାଇଦ୍ରାବାଦ: ଆଉ ଅଭିନୟ କରିବେନି ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ। ବିବାହ ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି କୀର୍ତ୍ତି । ତାଙ୍କ ପାଖରେ ଏବେ ମାତ୍ର ୨ ଫିଲ୍ମ ଅଛି । ଏହି ଫିଲ୍ମ ପରେ ସେ ଆଉ କୌଣସି ଫିଲ୍ମ ସାଇନ କରିନାହାନ୍ତି। ଏଣୁ ସେ ଅଭିନୟରୁ ବିରତି ନେବେ ବୋଲି ଜଣାଯାଇଛି । ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ତାଙ୍କର ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି ।
କାର୍ତ୍ତି ଅନେକ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଫିଲ୍ମରେ କାମ କରିଛନ୍ତି । ସେ ଅନେକ ହିଟ୍ ଫିଲ୍ମ ଦେବା ସହ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ କୀର୍ତ୍ତି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବରୁଣ ଧୱନଙ୍କ ‘ବେବି ଜନ୍’ ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ବରୁଣ ଜଣେ ପୋଲିସ୍ ଭୂମିକାରେ ଅଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ ।
ନିକଟରେ କୀର୍ତ୍ତି ନିଜର ସ୍କୁଲ ବେଳର ପ୍ରେମିକ ଆଣ୍ଟନୀ ଥାଟିଲଙ୍କୁ ଗୋଆରେ ବିବାହ କରିଛନ୍ତି। କିର୍ତ୍ତୀ ଏବଂ ଆଣ୍ଟୋନି ୧୫ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ହିନ୍ଦୁ ସହ ଖ୍ରୀଷ୍ଟିଆନ୍ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ପରିବାର ଲୋକଙ୍କ ସହ ସାଥୀ କଳାକାର ସାମିଲ ହୋଇଥିଲେ। କିର୍ତ୍ତୀ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆ ସେୟାର କରିଥିଲେ । ଏହି ଫଟୋ ଗୁଡ଼ିକରେ ବରମାଳା ଠାରୁ ମଙ୍ଗଳସୂତ୍ର ପିନ୍ଧିବା ଯାଏଁ ଝଲକ ଦେଖିବାକୁ ମିଳିଛି । କିର୍ତ୍ତୀ ତାଙ୍କ ବରମାଳା ସମାରୋହରେ ହଳଦିଆ ଏବଂ ଗ୍ରୀନ ଶାଢୀ ସହ ସାଉଥ ପାରମ୍ପରିକ ଲୁକରେ ନଜର ଆସିଥିଲେ । ଆଣ୍ଟୋନି ଜଣେ ବିଜ୍ନେସ୍ମ୍ୟାନ ହୋଇଥିବା ବେଳେ ସେ ଦୁବାଇରେ ରହୁଛନ୍ତି ।