ମନୋରଞ୍ଜନ

କଙ୍ଗନାଙ୍କୁ ଝଟକା : ପଞ୍ଜାବରେ ବନ୍ଦ ହେଲା ‘ଏମର୍ଜେନ୍ସି’

ମୁମ୍ବାଇ: ପଞ୍ଜାବର ସିନେମାହଲ୍ ଗୁଡ଼ିକରେ ବନ୍ଦ ହେଲା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’ । ଉକ୍ତ ଫିଲ୍ମ୍ରକୁ ବେଆଇନ ଘୋଷଣା କରିବା ପାଇଁ ଅଧିକାଂଶ ରାଜନେତା ଦାବି କରିଛନ୍ତି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଏବଂ ଅନ୍ୟ ଶିଖ୍ ସଂଗଠନ ଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏହି ଫିଲ୍ମ ଶୁକ୍ରବାର ପଞ୍ଜାବର ସିନେମାହଲ୍ ଗୁଡ଼ିକରେ ପ୍ରଦର୍ଶିତ ହୋଇ ପାରିନାହିଁ।

ଗୁରୁଦ୍ୱାର ଗୁଡ଼ିକର ଶୀର୍ଷ ସଂଗଠନ ଏସ୍‌ଜିପିସି ଏବଂ ବିଭିନ୍ନ ଶିଖ୍ ସଂଗଠନ ସିନେମାକୁ ବିରୋଧ କରି ସାରା ରାଜ୍ୟର ସିନେମାହଲ୍‌, ମଲ୍ଟିପ୍ଲେକ୍ସ ଏବଂ ମଲ୍‌ଗୁଡ଼ିକ ବାହାରେ ବିକ୍ଷୋଭ କରିଥିଲେ। ଏହି ରାଜନୈତିକ କାହାଣୀ ଆଧାରିତ ଫିଲ୍ମକୁ କଙ୍ଗନା ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଓ ନିର୍ମାଣ କରିଛନ୍ତି। ପଞ୍ଜାବରେ ଏହାର ପ୍ରଦର୍ଶନକୁ ବ୍ୟାନ୍ କରାଯିବା ଦାବି କଳା ଓ କଳାକାରଙ୍କ ପ୍ରତି ନିର୍ଯାତନା ବୋଲି କହି ସେ ନିନ୍ଦା କରିଛନ୍ତି।

୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଭାରତରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଆଧାରରେ ନିର୍ମିତ ‘ଏମର୍ଜେନ୍ସି’ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେନ୍‌ସର ପ୍ରମାଣପତ୍ରକୁ ନେଇ ଫିଲ୍ମଟି ବିବାଦରେ ରହିଥିବାବେଳେ ଶିଖ୍ ସମ୍ପ୍ରଦାୟକୁ ଏଥିରେ ଭୁଲ୍ ଉପସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି। ବହୁ ବିଳମ୍ବରେ ଶୁକ୍ରବାର ଫିଲ୍ମ ସାରା ଦେଶରେ ମୁକ୍ତିଲାଭ କରିଛି। ତେବେ ପଞ୍ଜାବର ଲୁଧିଆନା, ଅମୃତସର, ପଟିଆଲା, ଜଳନ୍ଧର, ହୋଶିଆରପୁର ଏବଂ ବଠିଣ୍ଡାର ସିନେମାହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇନାହିଁ।

ଅମୃତସରରେ ବହୁସଂଖ୍ୟାରେ ମହିଳା ପୁରୁଷ କଳାପତାକା ଏବଂ ଏମର୍ଜେନ୍ସିକୁ ବ୍ୟାନ୍ ଓ ବାସନ୍ଦ କରାଯାଉ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭରେ ସାମିଲ ହୋଇଥିଲେ। ସିନେମାଟିର ମୁକ୍ତିଲାଭ ବନ୍ଦ କରିବାକୁ ଆମେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ କହିଥିଲେ ମଧ୍ୟ କୌଣସି ଫଳ ହେଲାନାହିଁ ବୋଲି ଏସ୍‌ଜିପିସିର ପ୍ରତାପ ସିଂ ଗଣମାଧ୍ୟମକୁ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button