ରାଜ୍ୟ
ବଜାରରେ ବୋମାମାଡ଼ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍; ଦୋକାନୀ ଆହତ

କଟକ:ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାରରେ ବୋମାମାଡ଼ । ୫ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗହଣା ଦୋକାନୀଙ୍କ ଠାରୁ ଗହଣା ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍ ବେଳେ ଗହଣା ଦୋକାନୀ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର ମାଲିକ ନିରଞ୍ଜନ ସାହୁ ନିଜ ଅଳଙ୍କାର ଦୋକାନ ବନ୍ଦ କରି ଫେରୁଥିଲେ। ହାତରେ ଗହଣା ଭର୍ତ୍ତି ବ୍ୟାଗ୍ ଓ ଦୋକାନ ଚାବି ରହିଥିଲା। ହେଲେ ଅସୁରେଶ୍ବର ବଜାର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ବ୍ୟାଗ୍କୁ ଛଡ଼ାଇନେଇ ଫେରାର ମାରିଥିଲେ। ତେବେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ସୂଚନା ଦେଇଛନ୍ତି ଦୋକାନ ମାଲିକ ।




