ଦେଶ- ବିଦେଶ

ଇସ୍ରାଏଲ – ଇରାନ ଯୁଦ୍ଧ, ଏବେ ଆକ୍ରମଣର ଦିଗ ବଦଳାଇବ ଇସ୍ରାଏଲ

ନୂଆଦିଲ୍ଲୀ – ଇସ୍ରାଏଲ ଓ ଇରାନ ଭିତରେ ଲାଗି ରହିଥିବା ଭୟଙ୍କର ଯୁଦ୍ଧରେ ଏବେ ବି ବିରାମ ଆସିପାରି ନ ଥିବା ବେଳେ ଯୁଦ୍ଧରେ ନିଜର ଆବଶ୍ୟକତାକୁ ପ୍ରାଥମିକତା ଦେବା ଆରମ୍ଭ କରିଛି ଇସ୍ରାଏଲ। ଲମ୍ବା ସମୟ ଧରି ଏହି ଯୁଦ୍ଧ ଚାଲିବା ଆଶଙ୍କା କରି ଯୁଦ୍ଧର ଦିଗ ବଦଳାଇବା ପାଇଁ ଇସ୍ରାଏଲ ଉଦ୍ୟମ କରୁଥିବା କୁହାଯାଇଛି।

ଯୁଦ୍ଧ ଏକ୍ସପଟଙ୍କ କହିବା ଅନୁସାରେ ଇରାନର ଘନ ଘନ ଡ୍ରୋନ ଆକ୍ରମଣ ପରେ ଖୁବ୍ ଉତକ୍ଷିପ୍ତ ହୋଇପଡ଼ିଥିଲା ଇସ୍ରାଏଲ। ଏହି ଆକ୍ରମଣର ଦୃଢ଼ ପ୍ରତି ଆକ୍ରମଣ ଜବାବ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲା ଇସ୍ରାଏଲ । କୁହାଯାଉଛି ଯେ, ଇରାନ୍ ର ତୈଳ କୂପ ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା ଚୁଡାନ୍ତ କରିଥିବା ଇସ୍ରାଏଲ ଏବେ ଏହି ନିଷତ୍ତିକୁ ସାମୟିକ ଭାବରେ ସ୍ଥଗିତ ରଖିଛି। ଅନ୍ୟ ସମସ୍ତ ଦିଗଉପରୁ ନଜର ହଟାଇ ଏବେ ଇରାନର୍ ମିଲିଟାରି ପ୍ରତିଷ୍ଠାନ ତଥା ଇଣ୍ଟେଲିଜେନ୍ସ ସ୍ଥିତିକୁ ନଷ୍ଟ କରିବାକୁ ଯୋଜନା ଚୁଡାନ୍ତ କରିଛି।

କୁହାଯାଉଛି ଯେ, ଇରାନ ଉପରେ ଭୟାନକ ପ୍ରତି ଆକ୍ରମଣ ଯୋଜନା ଚୂଡାନ୍ତ କରିଥିବା ଇସ୍ରାଏଲ ଆମେରିକା ଚାପ ଆଗରେ ଅସହାୟ ହୋଇ ପଡ଼ିଥିଲା। ଇସ୍ରାଏଲ ପ୍ରତି ଆକ୍ରମଣରେ ଆଣବିକ ଯୁଦ୍ଧ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଆମେରିକା ଉପରେ ବିଶ୍ୱ ବ୍ୟାପି ଚାପ ମଧ୍ୟ ପଡ଼ିଥିଲା। ତେବେ ଏହି ଆକ୍ରମଣର ଦିଗ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନିଜ କ୍ରୋଧ କମ କରିବା ପାଇଁ କୌଣସି ସମୟରେ ଇସ୍ରାଏଲ ପୁଣିଥରେ ପୂର୍ବ ନିଷ୍ପତ୍ତିକୁ ଫେରିବା ସମ୍ଭାବନା ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button