ଇସ୍ରାଏଲ ପାଖରେ କମିବାରେ ଲାଗିଛି ଯୁଦ୍ଧ ଅସ୍ତ୍ରଶସ୍ତ୍ର
ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ଭିତରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଧୀରେ ଧୀରେ ରୋଚକ ମୋଡରେ ପହଞ୍ଚିବାରେ ଲାଇଛି। ଯୁଦ୍ଧରେ ପ୍ରତିପକ୍ଷଙ୍କୁ ନାକେଦମ୍ କରିବା ସହିତ ନିଜର ପତିଆରା ଜାରି ରଖିବା ପାଇଁ ଉଭୟ ପକ୍ଷ ଚେଷ୍ଟା ଜାରି ରଖିଛନ୍ତି। ଏଭଳି ସମୟରେ ଯୁଦ୍ଧ ବିଶେଷଜ୍ଞ ଙ୍କ ସୂଚନା କହୁଛି ଯୁଦ୍ଧରେ ବିଭୋର ଥିବା ଇସ୍ରାଏଲ କ୍ରମଶଃ ଅସ୍ତ୍ରହିନ ହେବାରେ ଲାଗିଛି। ଅର୍ଥାତ୍ ଯୁଦ୍ଧ ଲମ୍ବା ହେବାରେ ଲାଗି ରହିଥିବା ଯୋଗୁଁ ଇସ୍ରାଏଲ ସୈନ୍ୟ ବାହିନୀ ବା ଆଇଡିଏଫ୍ ପାଖରେ ଅସ୍ତ୍ରଶସ୍ତ୍ର କମ୍ ହେବାରେ ଲାଗିଛି। ଯଦି ଏହି ସ୍ଥିତି ଲାଗି ରହେ ତେବେ ଆଗକୁ ଚରମ ଅସୁବିଧାର ସମ୍ମୁଖୀନ ହୋଇପାରେ ଆଇଡ଼ିଏଫ।
କୁହାଯାଉଛି ଯେ, ଉଭୟ ଗାଜା ଓ ଲେବାନନରେ ଆଇଡ଼ିଏଫ ଆକ୍ରମଣ ଲଗାତାର ଜାରୀ ରହିଥିବା ବେଳେ ଆଗକୁ ହତାଶ ଜନକ ସ୍ଥିତି ଉପୁଜିପାରେ ଖାସ କରି ଇସ୍ରାଏଲ ପାଇଁ। କାରଣ ଇସ୍ରାଏଲ ସୈନ୍ୟ ବାହିନୀ ପାଖରେ କମିବାରେ ଲାଗିଛି ମିସାଏଲ୍ ଓ ଡ୍ରୋନ ପରିମାଣ। ଏହି କାରଣରୁ ଶିଥିଳ ହୋଇପାରେ ଇସ୍ରାଏଲର ଆକ୍ରମଣ। ବିଶେଷ କରି ଯଦିଓ ଯୁଦ୍ଧ ପାଇଁ ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ କମ୍ କରିନାହିଁ ; ଏହା କିନ୍ତୁ ଇସ୍ରାଏଲ ପାଇଁ ଅଡ଼ୁଆ ସ୍ଥିତି ତିଆରି କରୁଛି। ଏମିତିକି ଯୁଦ୍ଧ କ୍ଷେତ୍ରର ବିନାଶକ ବୋଲି କୁହାଯାଉଥିବା ” ଥାଡ” କ୍ଷେପଣାସ୍ତ୍ର ନେଇ ଆମେରିକାର ସହଯୋଗକୁ ମଧ୍ୟ ଆଇଡିଏଫ ଗୁରୁତ୍ୱ ଦେଇ ପାରିନାହିଁ । ଏଭଳି ପରିସ୍ଥିତିରେ ଆଇ ଏଫ୍ ଡି ର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସାରା ବିଶ୍ୱବାସୀଙ୍କ ନଜର।