ମନୋରଞ୍ଜନ

ଗ୍ଲାମର ଦୁନିଆ ଛାଡ଼ି ସ୍ୱାଧୀ ପାଲଟିଲେ ଅଭିନେତ୍ରୀ ଇଶିକା

ପ୍ରୟାଗରାଜ: ଗ୍ଲାମର ଦୁନିଆ ଛାଡ଼ି ସ୍ୱାଧୀ ପାଲଟିଲେ ଅଭିନେତ୍ରୀ ଇଶିକା ତନେଜା । ଚଳଚ୍ଚିତ୍ର ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିକା ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ସେ ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ବୁଡ଼ ପକାଇ ନୂଆ ଜୀବନରେ ପ୍ରବେଶ କରିଛନ୍ତି ।

୨୦୧୮ରେ ମିସ୍ ୱାର୍ଲଡ ଟୁରିଜମ୍ ଟାଇଟଲ୍ ଜିତିଥିଲେ ଇଶିକା। ୨୦୧୬ରେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଭାରତର ୧୦୦ ମହିଳା ଆଚିଭର୍ସ ବର୍ଗରେ ସମ୍ମାନିତ ହୋଇଥିଲେ। ୨୦୧୭ରେ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ‘ଇନ୍ଦୁ ସରକାର’ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ପରେ ସେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସିରିଜ୍ ‘ହଦ୍‌’ରେ ମଧ୍ୟ ଅଭିନୟ କରିଥିଲେ।

ଜଣେ ସାଧ୍ୱୀ ଭାବେ ଯୋଗଦେଇ ଇଶିକା କହିଛନ୍ତି ଯେ, ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ସେ ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଶପଥ ନେଇଛନ୍ତି । ଯୁବପିଢ଼ି ଆଗେଇ ଆସି ସନାତନ ପଥ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏବେ ସେ ‘ଶ୍ରୀ ଲକ୍ଷ୍ମୀ’ ନାମରେ ସନାତନ ଧର୍ମର ପ୍ରଚାର ପ୍ରସାର କରିବେ । ଗତ ମାସ ସେ ମଧ୍ୟପ୍ରଦେଶର ଜବଲପୁରରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ଗୁରୁ ଦୀକ୍ଷା ନେଇଥିଲେ। ସାଧ୍ୱୀ ହୋଇ ପବ୍ଲିସିଟି ଷ୍ଟଣ୍ଟ୍ କରୁଛନ୍ତି ବୋଲି ହେଉଥିବା ଆଲୋଚନାକୁ ଇଶିକା ଖଣ୍ଡନ କରିଛନ୍ତି। ତେବେ ଯଦି ସୁଯୋଗ ମିଳେ, ସେ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ଇଶିକା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button