ସେନା ନେଲା ମୋଷ୍ଟ୍ ୱାଣ୍ଟେଡ୍-୫ ଙ୍କ ମୁଣ୍ଡ

ପାକିସ୍ତାନ ଏବଂ ତା’ର ପୋଷ୍ୟପୁତ୍ର (ଆତଙ୍କବାଦୀ)ଙ୍କ ନିଦ ଉଡ଼ାଇ ଦେଇଛି ଭାରତ । ଆତଙ୍କୀଙ୍କ କବର ଖୋଳିଛି ଅପରେସନ ସିନ୍ଦୂର । ଏବେ ଗୋଟି ଗୋଟି କରି ସମସ୍ତ ଆତଙ୍କୀଙ୍କ ଡିଟେଲ୍ସ ମଧ୍ୟ ଜାତୀୟ ଗଣମାଧ୍ୟମରେ ଆସିବାରେ ଲାଗିଛି । ପାକିସ୍ତାନରେ ନିହତ ହୋଇଥିବା ଏହି ଆତଙ୍କୀଙ୍କ ଲିଷ୍ଟ୍ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଲସ୍କରର ନୃଶଂସ ଆତଙ୍କୀଙ୍କ ନାଁ ସାମିଲ୍ ରହିଛି । ସୂତ୍ର ମୁତାବକ , ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଟପ୍-୫ ଆତଙ୍କୀଙ୍କୁ ମାରି ଗଡ଼ାଇଛି । ଏଥିରେ ଲସ୍କର ଆତଙ୍କୀ ମୁଦସ୍ତର ଖାଦିୟାନ ବି ସାମିଲ ଅଛି ଯାହାକୁ ଆତଙ୍କୀସ୍ତାନ ପୁରସ୍କାର ଦେଇଥିଲା । ମୃତ ଆତଙ୍କୀଙ୍କ ତାଲିକାରେ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ଶାଳକ ମଧ୍ୟ ସାମିଲ ଅଛନ୍ତି । ମହମ୍ମଦ ୟୁସୁଫ ଅଜହରର ନାଁ ମଧ୍ୟ ଏହି ତାଲିକାରେ ରହିଛି । ଏହି ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରିଥିବାର ଖବର ମଧ୍ୟ ରହିଛି । ଇଣ୍ଡିଆନ୍ ଏୟାରଲାଇନ୍ସର ଆଇସି-୮୧୪ କୁ ହାଇଜ୍ୟାକ୍ କରିବା ପଛରେ ମଧ୍ୟ ଏହି ଆତଙ୍କୀର ହାତ ଥିଲା ।