ଦେଶ- ବିଦେଶ

୬୦୦ରୁ ଅଧିକ ପାକିସ୍ତାନୀ ଡ୍ରୋନ୍‌ ଖସାଇଛି ଭାରତୀୟ ଏୟାର ଡିଫେନ୍ସ

ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅପରେସନ୍‌ ଅଧୀନରେ ଭାରତ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳକୁ ଟାର୍ଗେଟ୍‌ କରି ଭୟଙ୍କର ଆକ୍ରମଣ କରିଥିଲା। ଆକ୍ରମଣରେ ଶତାଧିକ ଆତଙ୍କବାଦୀ ନିପାତ ‌ହୋଇଥିଲେ। ତେବେ ପାକିସ୍ତାନ ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେବାକୁ ଯାଇ ଭାରତର ସାମରିକ ପ୍ରତିଷ୍ଠାନ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କଲା। ପାକିସ୍ତାନ ଭାରତରେ ଅନେକ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ ଉଦ୍ୟମ ଏବଂ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ପଣ୍ଡ କରିଦେଇଛି।

ମିଳିଥିବା ସୂଚନାନୁଯାୟୀ ‘ଅପରେସନ୍‌ ସିନ୍ଦୂର’ ସମୟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ୬୦୦ରୁ ଅଧିକ ପାକିସ୍ତାନୀ ଡ୍ରୋନ୍‌କୁ ସଫଳତାର ସହ ନଷ୍ଟ କରାଯାଇଛି। ପାକିସ୍ତାନ ପଟୁ ଲଗାତାର ଡ୍ରୋନ୍‌ ଆକ୍ରମଣ ଉଦ୍ୟମ ହୋଇଥିବାରୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ୧ ହଜାରରୁ ଅଧିକ ଏଣ୍ଟି-ଏୟାରକ୍ରାଫ୍ଟ ଗନ୍‌ ମୁତୟନ କରି ଏକ ବିଶାଳ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଥିଲେ। ସେହିପରି ୭୫୦ରୁ ଅଧିକ ସାମ୍‌ (ସରଫେସ୍‌ ଟୁ ସରଫେସ୍‌ ଏୟାର ମିସାଇଲ୍‌) ମୁତୟନ କରି ଏହାକୁ ଅଧିକ ସୁଦୃଢ଼ କରାଯାଇଥିଲା। ଆକାଶ ତୀର ବ୍ୟବସ୍ଥା ଦ୍ବାରା ମଧ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button