ରାଜ୍ୟ

ଖଣ୍ଡଗିରିରେ ଅଶ୍ଳୀଳ ନାଚ ହେଲେ ସିଧା ଠେଙ୍ଗା ମାଡ଼ ହେବ

ଭୁବନେଶ୍ୱର: ଖାଲି କଥାରେ ନୁହେଁ, କାମରେ କରି ଦେଖାଇ ଦିଆଯିବ । ଖଣ୍ଡଗିରିରେ ଅଶ୍ଳୀଳ ନାଚ ହେଲେ ସିଧା ଠେଙ୍ଗା ମାଡ଼ ହେବ । ଏଥିପାଇଁ ବାରଭୁଜାଙ୍କ ପାଖରେ ପୂଜା ହୋଇଛି ୧୦୦ ଠେଙ୍ଗା । ଆଇଟମ୍ ଡ୍ୟାନସରଙ୍କୁ ଏପରି ଠେଙ୍ଗାମାଡ଼ର ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ।

ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ସେ କହିଛନ୍ତି, ଯଦି ବିଶୃଙ୍କଳା ଦେଖାଯାଏ, ଠେଙ୍ଗା ବାଜିବ । ଅଶ୍ଳୀଳ ନୃତ୍ୟ ଓ ଦ୍ୱିଅର୍ଥ ବୋଧକ କମେଡିକୁ ବି ବିରୋଧ କରାଯିବ । କିଛି ମହିଳା ଅଶ୍ଳୀଳତାକୁ ନେଇ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେମାନଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ । କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆମ ସଂସ୍କୃତି ହେଉଛି ସର୍ବଶ୍ରେଷ୍ଠ ସଂସ୍କୃତି, ସେ ସଂସ୍କୃତିକୁ ରକ୍ଷା କରିବା ଦାୟିତ୍ୱ ମୋର। କୋଉଠି ନା କୋଉଠି ମୋ ସସ୍କୃତିକୁ କିଛି ଲୋକ ନଷ୍ଟ କରିବାକୁ ଲାଗିଛନ୍ତି। ତାଙ୍କୁ କିପରି ସଂସ୍କୃତି ଠାରୁ ଦୂରେଇ ରଖାଯିବ ସେଥିପ୍ରତି ଆମ ଟିମ୍ ପୁରା ସଜାଗ ରହିଛି । ଦରକାର ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଛୋଟମୋଟ କାର୍ଯ୍ୟାନୁଷ୍ଠାନ ନୁହେଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

କାଲିଠାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ ବି କରିଛନ୍ତି ବିଏମସି କମିଶନର । ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକାର ପାଟିଲ । ଗାଇଡଲାଇନ ଅନୁସାରେ ପରିବେଷଣ ପାଇଁ ସବୁ ଯାତ୍ରା କମିଟିଙ୍କୁ ଅବଗତ କରାଯାଇଛି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button