ଦେଶ- ବିଦେଶ

ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ

ନୂଆଦିଲ୍ଲୀ: ଗତରବିବାର ଜମ୍ମୁକଶ୍ମୀରର କୁଲଗାମ ଜିଲ୍ଲାର ଅହରବଲ ଅଞ୍ଚଳର ଆଡବଲ ଡ୍ରେନରୁ ଇମତିଆଜ ଅହମଦ ମାଗ୍ରେ ନାମକ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟଲୋକ ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି । ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି ତୀବ୍ର ହୋଇଛି।

ଇମତିଆଜ ଅହମଦଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ଅଭିଯୋଗ କରି କହିଛନ୍ତି,‘ ସୁରକ୍ଷା ବାହିନୀର ହେପାଜତରେ ଥିବା ବେଳେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଛି। କାରଣ ଇମତିଆଜଙ୍କୁ କିଛି ଦିନ ପୂର୍ବରୁ ସେନା ଅଟକ ରଖିଥିଲା।’
ପୁଲିସ ସୂତ୍ରରୁ ପ୍ରକାଶ, ମାଗ୍ରେ ନିଜେ ଡ୍ରେନକୁ ଡେଇଁ ଜୀବନ ହାରିଛି। ଘଟଣାର ଏକ ଭିଡିଓ ଫୁଟେଜ୍ ମଧ୍ୟ ଜାରି କରାଯାଇଛି। ମାଗ୍ରେ ବିରୋଧରେ ଆତଙ୍କବାଦୀଙ୍କୁ ଖାଦ୍ୟ ଏବଂ ବାସସ୍ଥାନ ଯୋଗାଇ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ପୁଲିସର କହିବା ଅନୁଯାୟୀ, ଇମତିଆଜଙ୍କୁ ଆତଙ୍କବାଦୀଙ୍କ ଓଭରଗ୍ରାଉଣ୍ଡ କର୍ମୀ ସନ୍ଦେହରେ ଅଟକ ରଖାଯାଇଥିଲା। ସେ ସୁରକ୍ଷାବାହିନୀକୁ ଏକ ଆତଙ୍କବାଦୀ ଆଡ୍ଡାକୁ ନେଇଯିବା ସମୟରେ ଡ୍ରେନକୁ ଡେଇଁ ପଡ଼ିଥିଲା ଏବଂ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ଇମତିଆଜର ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଦବଲ୍ ଡ୍ରେନ୍କୁ ଡେଇଁ ଭାସି ଯାଉଥିବାର ଦେଖିବାକୁ ମିଳୁଛି।

ଅଦବଲ୍ ପୁଲିସ ସମ୍ମୁଖରେ ଆତଙ୍କବାଦୀମାନଙ୍କୁ ସମର୍ଥନ କରିଥିବା ସ୍ୱୀକାର ମଧ୍ୟ କରିଛି। ସେ ସୁରକ୍ଷାବାହିନୀକୁ ଜଙ୍ଗଲ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ଏକ ଗୁପ୍ତସ୍ଥାନକୁ ନେଇଯାଉଥିବା ବେଳେ ଖସିଯିବାକୁ ଚେଷ୍ଟା କରିଥିଲା।’

ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସୁରକ୍ଷା ବାହିନୀ ଦୁଇ ଦିନ ପୂର୍ବରୁ ଇମତିଆଜ୍ ମାଗ୍ରେଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲେ ଏବଂ ଏବେ ତାଙ୍କ ମୃତଦେହ ରହସ୍ୟମୟ ଭାବରେ ଡ୍ରେନରୁ ମିଳିଛି।”

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button