ଦେଶ- ବିଦେଶ

ଚୁଟି,ଦାଢି କାଟିବା ପାଇଁ ୧୮ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ମହିଳାଙ୍କ କେଶ କାଟିବା ପାଇଁ ୨ହଜାର କି ୩ ହଜାର ଦେବା ସାଧାରଣ କଥା। ହେଲେ ପୁରୁଷଙ୍କ ପାଇଁ ଦାଢ଼ି କାଟିବା ବାବଦକୁ ଦେବାକୁ ପଡ଼ୁଛି ୬୦୦ ଟଙ୍କା । ଏଥିସହ ୧୮ ପ୍ରତିଶତ ଜିଏସଟି ବି ରହିଛି । ଏପରି ଏକ ସେଲୁନ୍ ଚାର୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇଛନ୍ତି ।

ଆଜିକାଲି ନୂଆ ନୂଆ ଡିଜାଇନରେ କେଶ, ଦାଢ଼ି କାଟିବା ଗୋଟେ ଟ୍ରେଣ୍ଡ ପାଲଟିଛି। ଭାଇରାଲ ଚାର୍ଟ ଟି ହେଉଛି ପୁନେର। ପୁନେରେ ଏପରି ଏକ ସେଲୁନ ରହିଛି ଯେଉଁଠାରେ କେଶ କିମ୍ୱା ଦାଢ଼ୀ କାଟିବାକୁ ଇଚ୍ଛା ଥିଲେ ବି ଜଣେ ଲୋକ ୧୦ ଥର ଭାବିବାକୁ ବାଧ୍ୟ ହେଉଛି। ଭାଇରାଲ ଚାଟ୍ ହିସାବରେ ଜଣେ ବ୍ୟକ୍ତିଙ୍କୁ ଦାଢ଼ୀ କାଟିବାକୁ ହେଲେ ୬୦୦ ଟଙ୍କା, ଚୁଟି ପାଇଁ ୧୨୦୦ ଟଙ୍କା ଦେବାକୁ ପଡ଼ିବ ଯାହାକି ଜଣେ ସାଧାରଣ ପୁରୁଷଙ୍କ ପାଇଁ ଅଧିକ ବଜେଟ୍ ।

ଏହି ସେଲୁନରେ କେବଳ ପୁରୁଷମାନଙ୍କ ପାଇଁ ସେବା ଉପଯୋଗ ଅଛି ତାହା ନୁହେଁ। ମହିଳାମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରାଇସ୍ ରହିଛି। ଯେପରି କୋହଲି ଷ୍ଟାଇଲର ହେୟାର କଟ୍ ପାଇଁ ଜଣେ ମହିଳାଙ୍କୁ ଦେବାକୁ ପଡିବ ୨୧୦୦, ଓ ଅନୁଷ୍କା ଷ୍ଟାଇଲ କଲେ ଦେବାକୁ ହେବ ୧୫୦୦ ଟଙ୍କା। ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ରୋହିତ ଷ୍ଟାଇଲ ପାଇଁ ୧୪୦୦ ଓ କପିଲ ଷ୍ଟାଇଲ ପାଇଁ ୧୦୫୦ ଟଙ୍କା ରହିଛି। ଯାହା ଜଣେ ସାଧାରଣ ଲୋକପାଇଁ ଅତ୍ୟଧିକ ମହଙ୍ଗା ହୋଇପଡ଼ୁଛି।ଏହା ବାଦ୍ ପ୍ରତି ସେବା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button